ଶୂନ୍ୟ ସହନଶୀଳତା ନୀତିରେ ପୁରୀ ଜିଲ୍ଲାରେ ଚାଲିଛି ମାଟ୍ରିକ ପରୀକ୍ଷା

ଶୂନ୍ୟ ସହନଶୀଳତା ନୀତିରେ ପୁରୀ ଜିଲ୍ଲାରେ ଚାଲିଛି ମାଟ୍ରିକ ପରୀକ୍ଷା

ପୁରୀ: ଚଳିତ ମାଟ୍ରିକ ପରୀକ୍ଷାରେ ପୁରୀ ଜିଲ୍ଲାରେ ଶିକ୍ଷା ବିଭାଗ ତରଫରୁ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ କରାଯାଇଛି। ପରୀକ୍ଷାର ପ୍ରଥମ ଦିନରେ ଜିଲ୍ଲା ଶିକ୍ଷାଧିକାରୀ ଡକ୍ଟର ବିଶ୍ୱଜିତ ଘୋଷ ବ୍ରହ୍ମଗିରି ବ୍ଲକର ଏକ ପରୀକ୍ଷା କେନ୍ଦ୍ର ଅଚାନକ ପରିଦର୍ଶନ କରି ଜଣେ ଶିକ୍ଷୟିତ୍ରୀଙ୍କୁ ପରୀକ୍ଷା ପରିଚାଳନାରେ ଅବହେଳା କରିଥିବାରୁ ନିଲମ୍ବିତ କରିଛନ୍ତି। ସେହିପରି ବିଭିନ୍ନ ଗଣମାଧ୍ୟମରେ ହରିପୁର ଆଦର୍ଶ ବିଦ୍ୟାଳୟରେ ବ୍ୟାପକ ଅନିୟମିତତାର ସମ୍ବାଦ ପ୍ରଚାରିତ ହେବାରୁ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଘୋଷ ଓ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ହିମାଂଶୁ ଭୁଷଣ ସମରଥ ରବିବାର ଦିନ ଏହି ପରୀକ୍ଷା କେନ୍ଦ୍ର ଗସ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।

ଏହି କେନ୍ଦ୍ରର ପରୀକ୍ଷା ଅଧୀକ୍ଷକ, ସହ ଅଧୀକ୍ଷକଙ୍କ ସମେତ ସମସ୍ତ କର୍ମଚାରୀଙ୍କୁ ଆସନ୍ତା ଫେବ୍ରୁଆରି ୨୦ ତାରିଖ ଅର୍ଥାତ୍ ପରୀକ୍ଷା ସମାପ୍ତ ହେବା ପର୍ଯ୍ୟନ୍ତ ବିଦ୍ୟାଳୟ ପରିସରକୁ ପ୍ରବେଶ ନିଷେଧ କରାଯାଇଛି । ଏହି ପରୀକ୍ଷା କେନ୍ଦ୍ରରେ ସମସ୍ତ କର୍ମଚାରୀଙ୍କୁ ଅନ୍ୟ ବିଦ୍ୟାଳୟରୁ ବଦଳି କରି ଆଣି ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷରେ ପରୀକ୍ଷା କେନ୍ଦ୍ରରେ ତ୍ରୁଟି ପ୍ରଦର୍ଶନ କରିଥିବାରୁ ଡେଲାଙ୍ଗ ମହତାବ ହାଇସ୍କୁଲର କେନ୍ଦ୍ର ଅଧୀକ୍ଷକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଏପରି ପରୀକ୍ଷା ପରିଚାଳନା ପୁରୀ ଜିଲ୍ଲାରେ ପୂର୍ବରୁ କେବେ ଦେଖା ଯାଇ ନଥିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe