ଶ୍ରୀମନ୍ଦିର ପରିଚାଳନା କମିଟିରେ ସୁପ୍ରିମକୋର୍ଟଙ୍କ ୯ଟି ଆଦେଶକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି

ପୁରୀ: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶନିବାର ସୁପ୍ରିମକୋର୍ଟଙ୍କ ୯ଟି ଆଦେଶକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର କାର୍ଯ୍ୟାଳୟ ସଭାଗୃହରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

ଶ୍ରୀମନ୍ଦିର ସଂସ୍କାର ଉପରେ ମାନ୍ୟବର ସୁପ୍ରିମ୍‌କୋର୍ଟ ଦେଇଥିବା ୧୨ଟି ଅନ୍ତରୀଣ ଆଦେଶରୁ ୯ଟି ଆଦେଶର କାର୍ଯ୍ୟକାରୀ ନେଇ ଛତିଶାନିଯୋଗ ବୈଠକରେ ହୋଇଥିବା ନିଷ୍ପତ୍ତି ଉପରେ ଶ୍ରୀମନ୍ଦିର ପରିଚାଳନା କମିଟି ଆଜି ମୋହର ମାରିଛି। ତେବେ ଛତିଶାନିଯୋଗ ଭଳି ବଂଶାନୁକ୍ରମିକ ସେବା, ଦାନଦକ୍ଷିଣା ବନ୍ଦ ଓ ଶ୍ରୀମନ୍ଦିର ଆଇନରେ ସଂଶୋଧନକୁ ବି ଶ୍ରୀମନ୍ଦିର ପରିଚାଳନା କମିଟି ଗଣ୍ଠି କରିଛି। ଏ ଉପରେ ତର୍ଜମା ଓ କାର୍ଯ୍ୟକାରିତା ପାଇଁ ସୁପ୍ରିମ୍‌କୋର୍ଟଙ୍କୁ ସମୟ ମାଗିବାକୁ କମିଟି ନିଷ୍ପତ୍ତି ନେଇଛି।

ଅନ୍ୟପଟେ ମୋହର ବାଜିଥିବା ୯ଟି ଆଦେଶକୁ ଖୁବ୍‌ଶୀଘ୍ର କାର୍ଯ୍ୟକାରୀ କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ନେଇଛି। ରୋଷଘର, ଚୁଲା, ପରିଚୟପତ୍ର ଏବଂ ଯାତ୍ରୀ ସେବାକୁ ନେଇ କେଁ ଦେଖା ଦେଇଥିବାରୁ ଏହାର କାର୍ଯ୍ୟକାରିତା ଓ ସ୍ଥିତି ଅନୁଧ୍ୟାନ ନେଇ ଏକ ସବ୍‌କମିଟି ଗଠନ କରାଯାଇଛି।

ସମ୍ବନ୍ଧିତ ଖବର