ପୁରୀ : ଗତକାଲି ଶ୍ରୀଜିଉଙ୍କ ନୀତିକାନ୍ତି ବନ୍ଦ ନେଇ ବିଭ୍ରାଟ ଘଟିଥିବା ବେଳେ ଆଜି ମନ୍ଦିର ଭିତରେ ଘଟିଚଇ ଆଉ ଏକ ଅଘଟଣ। ମନ୍ଦିରକୁ ଦର୍ଶନ ଲାଗି ଆସିଥିବା ଜଣେ ନାବାଳିକାଙ୍କୁ ଜୟବିଜୟ ଦ୍ବାର ନିକଟ ବାହାରକାଠରେ କର୍ତ୍ତବ୍ୟରତ ଜଣେ ପୁଲିସ କର୍ମୀ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ସିଂହଦ୍ୱାର ଥାନାରେ ପୀଡ଼ିତା ନାବାଳିକାଙ୍କ ପରିବାର ପକ୍ଷରୁ ଏତଲା ଦିଆଯାଇଛି। ଘଟଣା ସଂପର୍କରେ ଅବଗତ ହେବା ପରେ ପୁରୀ ଏସପି ଡା.ସାର୍ଥକ ଷଡ଼ଙ୍ଗୀ ସିଂହଦ୍ବାର ଥାନାରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।
ନାବାଳିକା ଜଣକ ତାଙ୍କ ପରିବାର ସହ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଆସିଥିଲେ। ବାହାରକାଠ ଜୟବିଜୟ ଦ୍ବାର ନିକଟରେ ସେ ମହାପ୍ରଭୁଙ୍କୁ ଦର୍ଶନ କରୁଥିବା ବେଳେ ଜଣେ ପୁଲିସ୍ କର୍ମଚାରୀ ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହାପରେ ନାବାଳିକା ଜଣକ ପାଟି କରିବା ସହ ଅସଦାଚରଣକାରୀଙ୍କୁ ଚାପୁଡ଼ା ମାରିଥିବା କହିଛନ୍ତି। ଏହାପରେ ପୁଲିସ କର୍ମୀ ଜଣକ ସେଠାରୁ ଖସି ପଳାଇଥିଲେ।
ଅନ୍ୟପକ୍ଷରେ ଏହି ଘଟଣାକୁ ପୁଲିସ ପ୍ରସାଶନ ପକ୍ଷରୁ ଗୁରୁତ୍ବର ସହ ନିଆଯାଇଛି। ପୁରୀ ପୁଲିସ ପକ୍ଷରୁ ଏକ ଟିଆଇ ପରେଡ୍ କରାଯିବା ସହ ନାବାଳିକାଙ୍କୁ ଅଭିଯୁକ୍ତକୁ ଚିହ୍ନଟ ଲାଗି ସୁଯୋଗ ଦିଆଯିବା ଲାଗି ବ୍ୟବସ୍ଥା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/Girl-Molested-in-Jagannath-Temple_Thumbnail.jpg)