ପୁରୀ: ଜଣେ ନାବାଳିକା ଘରେ ଶୋଇଥିବା ବ‌େଳେ ଅଧରାତିରେ ଘରେ ପଶି ତାଙ୍କୁ ଦାଦା, ପୁତୁରା ଗଣଦୁଷ୍କର୍ମ କରିଛନ୍ତି। ଏନେଇ ଆଜି ଅଭିଯୋଗ ହେବାରୁ ପୁରୀ ଜିଲ୍ଲା ଚନ୍ଦନପୁର ଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଦାଦା ଓ ପୁତୁରାକୁ ଅଟକ ରଖି ତଦନ୍ତ ଚଳାଇଛି।

Advertisment

ଚନ୍ଦନପୁର ଥାନା ଆଇଆଇସି ଭୁବନମୋହନ ସାମନ୍ତରାୟ କହିଛନ୍ତି ଯେ ଚନ୍ଦନପୁର ଥାନା ଅଞ୍ଚଳର ଜଣେ ୧୬ ବର୍ଷ ବୟସ୍କା ନାବାଳିକା ତାଙ୍କ ୭ ବର୍ଷୀୟା ସାନଭଉଣୀ ସହିତ ଗତ ୨୨ ତାରିଖ ରାତିରେ ଘରେ ଶୋଇଥିଲେ। ଏହି ସମୟରେ ତାଙ୍କ ପରିବାର ଲୋକେ କାଳୀଙ୍କ ଭଷାଣି ଯାତ୍ରା ଦେଖିବାକୁ ଯାଇଥିଲେ। ତେଣୁ ତାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ନାବାଳିକାଙ୍କ ବୀରନରସିଂହପୁର ଦକ୍ଷିଣପଟ ଭୋଇ ସାହିର ସମ୍ପର୍କୀୟ ଦାଦା ଓ ଭାଇ ମିଶି ରାତି ୪ଟା ସମୟରେ ତାଙ୍କ ଘରେ ପଶି ନାବାଳିକାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରି ଫେରାର ହୋଇଯାଇଥିଲେ। ପରିବାର ଲୋକେ ଫେରିବା ପରେ ନାବାଳିକା ଜଣକ ସେମାନଙ୍କୁ ସମସ୍ତ ଘଟଣା ବର୍ଣ୍ଣନା କରିଥିଲେ।

ଆହୁରି ପଢ଼ନ୍ତୁ: Minor Girl Gang Rape: ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ମାମଲା: ତଦନ୍ତ ପାଇଁ ପହଞ୍ଚିଲେ ଝାଡ଼ଖଣ୍ଡର ଟିମ୍‌

ପୁଲିସ ଆଗରେ କହିଲା ନାବାଳିକା

ତେବେ ଅଭିଯୁକ୍ତମାନେ ଗୁଣ୍ଡା ଶ୍ରେଣୀୟ ଲୋକ ହୋଇଥିବାରୁ ଗତକାଲି ସେମାନେ ଭୟରେ ଥାନାକୁ ଆସିନଥିଲେ। ମାତ୍ର ଆଜି ନାବାଳିକା ଜଣକ ମନରେ ସାହାସ ନେଇ ଚନ୍ଦନପୁର ଥାନାକୁ ଆସି ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପୁଲିସ ନାବାଳିକାଙ୍କୁ ଡାକ୍ତରଖାନା ନେଇ ଡାକ୍ତରୀ ମାଇନା କରାଇଛି। ଘଟଣାର ଅଭିଯୁକ୍ତ ଦ୍ବୟଙ୍କୁ ପୁଲିସ ଉଠାଇଆଣି ଥାନାରେ ଅଟକ ରଖି ପଚରା ଉଚରା ଚଳାଇଛି। ଏହି ଦାଦା, ପୁତୁରା ଦୁହେଁ ଟେଣ୍ଟ ହାଉସରେ କାମ କରନ୍ତି। ତେବେ ପୂର୍ବରୁ ଉଭୟଙ୍କ ପରିବାର ମଧ୍ୟରେ ପାରିବାରିକ କଳହ ଥିବା ପୁଲିସ କହିଛି। 

ଆହୁରି ପଢ଼ନ୍ତୁ: Youths Get Job: ୩୦୨ ଜଣ ଓଡ଼ିଆ ଯୁବକଯୁବତୀଙ୍କୁ ମିଳିଲା କେନ୍ଦ୍ର ସରକାରଙ୍କ ଠାରୁ ଚାକିରି

ମହିଳାଙ୍କୁ ଦୁଷ୍କର୍ମ ଭିଡିଓ ଭାଇରାଲ: ଅଭିଯୁକ୍ତ ଗିରଫ

ଅନ୍ୟ ଏକ ଘଟଣାରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିବା ଓ ସେ ସମୟର ଭିଡିଓକୁ ଭାଇରାଲ କରିବା ଅଭିଯୋଗରେ ପୁରୀ ସହରର ବାସେଳିସାହି ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଏ ସଂକ୍ରାନ୍ତରେ ମହିଳା ଜଣକ ବାସେଳିସାହି ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ପାର୍ବତୀପୁରର କାଳୁଚରଣ ପାଢ଼ୀ(୨୯)କୁ ଗିରଫ ପରେ କୋର୍ଟଚାଲାଣ କରିଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୋଗକାରିଣୀ ବିବାହିତ ମହିଳାଙ୍କଠାରୁ କାଳୁ ୬୫ ହଜାର ଟଙ୍କା କରଜରେ ନେଇ ଆଉ ଫେରାଉନଥିଲା। ତେବେ ଇତି ମଧ୍ୟରେ ଗତ ୨୨ ତାରିଖ ପୂର୍ବାହ୍ନ ୧୦ଟା ସମୟରେ କାଳୁ ଏହି ମହିଳାଙ୍କ ଘରେ ପଶି ବଳପୂର୍ବକ ତାଙ୍କୁ ଦୁଷ୍କର୍ମ କରିବା ସହିତ ଏହାର ଭିଡିଓ ରେକର୍ଡିଂ କରିଥିଲା। ମହିଳା ଜଣକ ତାଙ୍କ ଟଙ୍କା ଫେରାଇ ଦେବାକୁ କହିବାରୁ କାଳୁ ରାଗିଯାଇ ତାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ତାଙ୍କ ସ୍ବାମୀଙ୍କ ହ୍ବାଟ୍‌ସଆପ୍‌କୁ ପଠାଇ ଦେଇଥିଲା। ଏବଂ ତାକୁ ଟଙ୍କା ମାଗିଲେ ସେ ମହିଳାଙ୍କ ଅଶ୍ଳୀଳ ଭିଡିଓକୁ ସୋସିଆଲ ମିଡିଆରେ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲା।