ପୁରୀ: ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ଘଟିଥିବାର ସୂଚନା ମିଳିଛି। ଏଠାରେ ଜଣେ ପ୍ରସୂତୀ ପ୍ରସବ ପରେ ଏକ ନବଜାତ କନ୍ୟାକୁ ଛାଡ଼ି ପଳାଇଥିବା ଜଣାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ, ଜଣେ ଗର୍ଭବତୀ ମହିଳା ପ୍ରସବ ଲାଗି ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। କିନ୍ତୁ ଆଜି ସକାଳେ ପ୍ରସୂତୀ ପ୍ରସବ ପରେ ତାଙ୍କର ଅପରିପକ୍ବ ନବଜାତ କନ୍ୟାକୁ ଡାକ୍ତରଖାନାର ଶୌଚାଳୟରେ ଛାଡ଼ି ପଳାଇଥିଲେ।
ଏଣେ ନବଜାତ କନ୍ୟାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କର ଚିକିତ୍ସା ଜାରି ରହିଛି। ତେବେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପକ୍ଷରୁ ପ୍ରସୂତୀଙ୍କ ସଂପର୍କରେ କୌଣସି ସୂଚନା ଦିଆଯାଉ ନଥିବା କୁହାଯାଉଛି। ଏହି ଘଟଣା ସଂପର୍କରେ କୁମ୍ଭାରପଡ଼ା ଥାନାରକୁ ସୂଚିତ କରାଯାଇଛି।
ଡାକ୍ତରଖାନାରେ ନବଜାତ କନ୍ୟାକୁ ଛାଡ଼ି ପଳାଇଲେ ମା
/sambad/media/post_attachments/wp-content/uploads/2022/02/puri.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)