ପୁରୀ: ବିଭିନ୍ନ ସମସ୍ୟାର ସମାଧାନ ଦାବି ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ଶୁକ୍ରବାର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ ସମୟରେ ୩ଜଣ ପୁଲିସ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କ ମଧ୍ୟରେ ୨ଜଣ କନଷ୍ଟେବଲ ହୋଇଥିବା ବେଳେ ଅନ୍ୟ ଜଣକ ହେଉଛନ୍ତି, ଇନ୍ସପେକ୍ଟର। ପୁରୀ ଜିଲ୍ଲାର କୃଷକ ତଥା ସାଧାରଣ ଜନତାର ଦାବି ନେଇ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ ସ୍ମାରକ ପତ୍ର ଦେବା ପୂର୍ବରୁ ଏଭଳି ଅଭାବନୀୟ ଘଟଣା ଘଟିଥିଲା।
ଅସମୟରେ ବର୍ଷା ଓ ରୋଗ ପୋକ କାରଣରୁ ଜିଲ୍ଲାରେ ଧାନଫସଲ ସାଘାଂତିକ ଭାବରେ କ୍ଷତିଗ୍ରସ୍ତ ହୋଇଛି। ଏହି ଚାଷୀମାନଙ୍କୁ କ୍ଷତିପୂରଣ ଦେବା ପାଇଁ କ୍ଷତିଗ୍ରସ୍ତ ଚାଷୀ ଓ ଭାଗ ଚାଷୀମାନଙ୍କର ସଠିକ ତାଲିକା ପ୍ରସ୍ତୁ କରାଯାଉ। ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଅତି ଶୀଘ୍ର କ୍ଷତିପୂରଣ ପ୍ରଦାନ କରାଯାଉ। ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ଧାନକିଣିବା ବେଳେ ସର୍ବନିମ୍ନ ମୂଲ୍ୟ ଉପରେ ୩୦୦ ଟଙ୍କା ବୋନସ ଦିଆଯାଉ। ଚାଷୀମାନଙ୍କର ଋଣ ସମ୍ପୂର୍ଣ୍ଣ ଛାଡ଼ ହେଉ।
ସେହିଭଳି ପ୍ରବୀର ସ୍ୱାଇଁ ହତ୍ୟାକାଣ୍ଡରେ ତିନି ନମ୍ବର ଅଭିଯୁକ୍ତ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜ୍ୟୋତିର୍ମୟ ଦଳେଇଙ୍କୁ ତୁରନ୍ତ ଗିରଫ କରି ସମସ୍ତଙ୍କ ପାଇଁ ଆଇନ ସମାନ ବୋଲି ପ୍ରତିପାଦିତ କରାଯାଉ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ଅନ୍ୟାନ୍ୟ କେନ୍ଦ୍ରୀୟ ଯୋଜନାରେ ହିତାଧିକାରୀ ଚୟନରେ ଦୁର୍ନୀତି ବନ୍ଦ ହେଉ। ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ରାସନକାର୍ଡ ଯୋଗାଇ ଦିଆଯାଉ ଓ ଜିଲ୍ଲାର ସମସ୍ତ ଚିକିତ୍ସାଳୟରେ ଖାଲି ପଡ଼ିଥିବା ଡାକ୍ତର ପଦବିକୁ ପୂରଣ କରାଯାଉ ବୋଲି ଭାଜପା ଦାବି କରି ଅତିରିକ୍ତ ଜିଲ୍ଲାପାଳ ବିଭୂତି ଭୂଷଣ ଦାସଙ୍କୁ ସ୍ମାରକ ପତ୍ର ଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2017/12/puri-7.jpg)