ବ୍ରହ୍ମଗିରି: ଆଜି ପୁରୀ ଜିଲ୍ଲାର ଅଲାରନାଥଙ୍କ ନଟବର ବେଶ ଦେଖିବାକୁ ପ୍ରବଳ ଜନଗହଳି ପରିଲକ୍ଷିତ ହୋଇଛି। ଆଜି ପବିତ୍ର ଖଳିଲାଗି ଏକାଦଶୀରେ ଶ୍ରୀ ଅଲାରନାଥଙ୍କ ନଟବର ବେଶ ହୋଇଛି। ଭୋର ୪ଟା ରେ ଦ୍ୱାର ଫିଟାଯିବା ପରେ ମଙ୍ଗଳ ଆଳତି, ଅବକାଶ, ନଟବର ବେଶ, ଫଳ ଲାଗି, ଗୋପାଳ ବଲଭ ଉଠି ୫ଟା ରୁ ସର୍ବସାଧାରଣ ଦର୍ଶନ ଚାଲିଛି।
ମଧ୍ୟାହ୍ନ ୧୨ଟା ରେ ସକାଳ ଧୂପ ନୀତି ବଢ଼ିବ। ଅପରାହ୍ଣ ୨ଟା ସୁଦ୍ଧା ସକାଳ ଧୂପ ଓ ଖଳି ଧୂପ ନୀତି ବଢ଼ିବ ବୋଲି ଜଣାଯାଇଛି। ଅପରାହ୍ଣ ୩ଟା ରେ ବେଢା ନୀତି ହେବ। ଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରଯାଇଛି। ଅଲାରନାଥଙ୍କ ବଡ଼ି ସକାଳୁ ଦର୍ଶନ ପାଇଁ ଭିଡ଼ ଲାଗିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/Untitled-51.png)