ବାମନାଳ: ଆଜି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ଵଳଙ୍ଗା ଥାନା ଅଧିନସ୍ଥ ଶାଇଁଶସାସନ ଓ ବଳଙ୍ଗା ମହାହାବିଦ୍ୟାଳୟଠାରେ ଶ୍ରେଣୀ ଗୃହର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ସହ ନୂତନ ଗୃହ ଉଦ୍ଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଦ୍ଵାରା ପ୍ରଥମେ ବଳଙ୍ଗା ମହାବିଦ୍ୟାଳୟ ପରିସରରେ ଥିବା ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ୨୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ଓ ବଳଙ୍ଗା ମହାହାବିଦ୍ୟାଳୟରେ ୧ କୋଟିରୁ ଉର୍ଦ୍ଧ୍ବ ଟଙ୍କା ବ୍ୟୟରେ ନୂତନ ଗୃହ ଉଦ୍ଘାଟନ ହୋଇଛି। ଏଥିସହ ୧୦ ଲକ୍ଷ ଟଙ୍କାର ଶାଇଁସସାଶନ ପଞ୍ଚାୟତର ସୁବିଧା କେନ୍ଦ୍ର ଓ ଗ୍ରାମପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ଗୃହ ପାଇଁ ୩୦ ଲକ୍ଷ ଟଙ୍କାର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ବଳଙ୍ଗା ମହାବିଦ୍ୟାଳୟରେ କର୍ମକ୍ଷେତ୍ରରେ ମହିଳାମାନଙ୍କ ପ୍ରତି ଯୌନ ଉତ୍ପୀଡ଼ନ ଆଇନ ୨୦୧୩ (POSH) ସମ୍ବନ୍ଧରେ ଦକ୍ଷତା ବୃଦ୍ଧି କର୍ମଶାଳାରେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଏହି ସମ୍ପର୍କରେ ଅବଗତ କରାଇଥିଲେ । ଛାତ୍ରୀମାନଙ୍କ ପାଇଁ ଶିକ୍ଷାନୁଷ୍ଠାନରେ ଏକ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ଆମ ସମସ୍ତଙ୍କର ଦାୟିତ୍ୱ । ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଶିକ୍ଷାନୁଷ୍ଠାନରେ ଛାତ୍ରୀଙ୍କ ସୁରକ୍ଷା ପାଇଁ ‘ଶକ୍ତିଶ୍ରୀ’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହୋଇଛି ବୋଲି ଉପମୁଖ୍ୟ ମନ୍ତ୍ରୀ ଶ୍ରୀ ପରିଡ଼ା ତାଙ୍କ ବକ୍ତବ୍ୟରେ କହିଥିଲେ ଏବଂ ଉଚ୍ଚ ଶିକ୍ଷାନୁଷ୍ଠାନରେ ‘ଶକ୍ତିଶ୍ରୀ ସଶକ୍ତିକରଣ କେନ୍ଦ୍ର’ ସ୍ଥାପନ କରାଯିବା ସହ ଛାତ୍ରୀମାନଙ୍କୁ ଆତ୍ମରକ୍ଷା ପ୍ରଶିକ୍ଷଣ ପ୍ରଦାନ କରାଯିବା ପରେ ସାଇଶଶାସନ ଠାରେ ଏକ ସଭା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବଳଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଭାତ ସାହୁ,ବିଡ଼ିଓ ଡଃ ଅଭିଜିତ ଷଡ଼ଙ୍ଗୀ, ବଳଙ୍ଗା ମଣ୍ଡଳ ସଭାପତି ଦେବାଶିଷ ଆଚାର୍ଯ୍ୟ, ସାଂସଦ ପ୍ରତିନିଧି ମିନଲତା ମହାନ୍ତି,କୃଷକ ମୋର୍ଚ୍ଚା ଉପସଭାପତି ଅର୍ଜୁନ ବରାଳ, ସରୋଜ ସାହୁ, ପ୍ରସନ୍ନ କୁମାର ଦାଶ, ପ୍ରଭାକର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/20/new-project-9-2025-08-20-19-44-39.jpg)