ପୁରୀ, (ଗଦାଧର ପଣ୍ଡା): ଜଗତସିଂହପୁର ଲୋକସଭା ଆସନ ଅନ୍ତର୍ଗତ ପୁରୀ ଜିଲ୍ଲାର ଅନ୍ୟତମ ପ୍ରମୁଖ ନିର୍ବାଚନମଣ୍ଡଳୀ ନିମାପଡା ଆସନକୁ ଦଖଲ କରିବା ପାଇଁ ଶାସକ ବିଜେଡି, ପ୍ରତିଦ୍ବନ୍ଦ୍ବୀ ବିଜେପି ସବୁବଳ ଲଗାଇ େଦଇଛନ୍ତି। କଂଗ୍ରେସ ମଧ୍ୟ ଏହି ଆସନରୁ ଫାଇଦା‌ ନେବାକୁ ଉଦ୍ୟମ ଆରମ୍ଭ କରିଛି। ଦୁଇ ପ୍ରମୁଖ ଦଳକୁ ଅତିକ୍ରମ କରିବାକୁ କଂଗ୍ରେସ ନିମାପଡା ପ୍ରାର୍ଥୀ ଚୟନକୁ ନେଇ କସରତ ଆରମ୍ଭ କରିଛି। ଶାସକ ବିଜେଡି ଦଳ ବର୍ତ୍ତମାନର ବିଧାୟକ ତଥା ବିଜେଡି ମୁଖପାତ୍ର ସମୀର ରଂଜନ ଦାଶଙ୍କୁ ଭରସା କରିଛନ୍ତି। ବିଜେପି ମଧ୍ୟ ଗତ ନିର୍ବାଚନରେ ଦ୍ବିତୀୟ ସ୍ଥାନରେ ଥିବା ପ୍ରାର୍ଥୀ ତଥା ରାଜ୍ୟ ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ପ୍ରଭାତୀ ପରିଡାଙ୍କୁ ସାମ୍ନାରେ ରଖି ନିର୍ବାଚନ ଲଢିବା ଏକପ୍ରକାର ସ୍ପଷ୍ଟ େହାଇଗଲାଣି।

Advertisment

ଉଭୟ ଦଳ ବିରୋଧରେ ରହିଥିବା ଜନମତକୁ ନିଜ ସପକ୍ଷରେ ନେବାକୁ କଂଗ୍ରେସ ଉଦ୍ୟମ ଆରମ୍ଭ କରିଛି। ଗତ ୨୦୦୯ରେ ପ୍ରାର୍ଥୀ ହୋଇ ୪୧,୬୦୮ ଖଣ୍ଡ ଭୋଟ ପାଇ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା କଂଗ୍ରେସ ଜିଲ୍ଲ‌ା ସଭାପତି ସତ୍ୟବ୍ରତ ପାତ୍ର ନିମାପଡାରୁ ଏକମାତ୍ର ଦାବିଦାର ରହିଛନ୍ତି। ସ୍କ୍ରିନିଂ କମିଟିରେ ଆବେଦନ ମଧ୍ୟ କରିଛନ୍ତି। ଏମିତି ହେଲେ, ବିଜେଡି ରାଜ୍ୟ ମୁଖପାତ୍ର-ରାଜ୍ୟ ବିଜେପି ମହିଳା ସଭାପତି-କଂଗ୍ରେସ ଜିଲ୍ଲା ସଭାପତି ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ େହାଇପାରନ୍ତି ଓ ଏଠାରେ ଏକ କଡ଼ା ମୁକାବିଲା େହବ।

ତେବେ ‌ନିମାପଡା-ଗୋପ ନବନିର୍ମାଣ ବିକାଶ ପରିଷଦର ଅଧ୍ୟକ୍ଷ ତଥା ଗତ କିଛି ବର୍ଷ ହେବ ନିମାପଡା ଓ ଗୋପରେ ସଂଗଠନ କରି ଆସୁଥିବା ଦିଲ୍ଲିପ ନାୟକ ପ୍ରଥମେ ବିଜେଡିରୁ ଆଶାୟୀ ଥିବା କଥା ଚର୍ଚ୍ଚା େହଉଥିଲା। ଏବେ କିନ୍ତୁ କଂଗ୍ରେସ ସହିତ ତାଙ୍କର ସଂପର୍କ ବଢୁଥିବା ସୂଚନା ମିଳିଲାଣି। ତାଙ୍କୁ ଦଳ ପ୍ରାର୍ଥୀ କରିପାରେ େବାଲି େଗାଟିଏ ମହଲ ମତ ରଖୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସେ କଂଗ୍ରେସ ଦଳରେ ମିଶି ନ ଥିବାରୁ ଏହା େକବଳ ଚର୍ଚ୍ଚା ଭିତରେ ରହିଛି। ଦିଲ୍ଲିପଙ୍କ ଉପରେ କିନ୍ତୁ ସମସ୍ତଙ୍କ ନଜର ରହିଛି।

୨୦୦୯ ନିର୍ବାଚନମଣ୍ଡଳୀ ପୁର୍ନଗଠନ ପୂର୍ବରୁ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ଥିଲା। ନିର୍ବାଚନମଣ୍ଡଳୀ ପୁନର୍ଗଠନ ପରେ ଏହି ଆସନ ସାଧାରଣବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ରହିଛି। ଗତ ୨୦୦୦ରୁ ୨୦୧୪ ଚାରିଟି ବିଧାନସଭା ନିର୍ବାଚନକୁ ପର୍ଯ୍ୟା‌ଲୋଚନା କଲେ ଏଠ‌ାରେ ସବୁଥର ଅଣକଂଗ୍ରେସ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଗତ ୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟ ସରକାରରେ ଆସନ ବୁଝାମଣାରେ ନିମାପଡା ସଂରକ୍ଷିତ ଆସନ ବିଜେପିକୁ ମିଳିଥିଲା। ବିଜେପି ନେତା ବାଇଧର ମଲ୍ଲିକ ଗତ ୨୦୦୦ ଓ୨୦୦୪ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ମେଣ୍ଟ ଭାଂଗିବା ପରେ ଗତ ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ସମୀର ରଂଜନ ଦାଶ ବିଜୟୀ େହାଇଛନ୍ତି।

ଗତଥର େସ ୮୬୯୫୮ େଭାଟ ପାଇଥିଲେ। ପ୍ରଭାତୀ ପରିଡା ୫୭ ହଜାରରୁ ଅଧିକ ଭୋଟ ପାଇ ଦ୍ବିତୀୟ ସ୍ଥାନରେ ରହିଥିଲେ। କଂଗ୍ରେସ ପ୍ରାର୍ଥୀ ବିଶ୍ବରଂଜଜ ମହାନ୍ତି ୨୦୭୪୮ ଖଣ୍ଡ ଭୋଟ ପାଇଥିଲେ। ତେବେ ବିଶ୍ବରଂଜନ ଏବେ ଏଆଇସିସିର ଗୁରୁତ୍ବପୂର୍ଣ୍ଣ ପଦବି‌ରେ ଥାଇ ଗୁଜୁରାଟ ଦାୟିତ୍ବରେ ଥିବାରୁ‌ ସେ ନିମାପଡାରୁ ପ୍ରାର୍ଥୀ ହେବା ସମ୍ଭାବନା କ୍ଷୀଣ।

୨୦୧୪ ନିର୍ବାଚନ ଫଳାଫଳ

ବିଜେଡି     ସମୀର ରଂଜନ ଦାଶ    ୮୬୯୫୮
ବିଜେପି     ପ୍ରଭାତୀ ପରିଡା         ୫୭୩୨୧
କଂଗ୍ରେସ    ବିଶ୍ବରଂଜନ ମହାନ୍ତି      ୨୦୭୪୮