ଭୁବନେଶ୍ବର: ଲୋକଙ୍କ ନଜର ଆମମାନଙ୍କ ଉପରେ। ଆମ ନଜର ଆପଣଙ୍କ ଉପରେ। ଆପଣଙ୍କ ନଜର କାମ ଉପରେ ହେବା ନିତ୍ୟାନ୍ତ ଆବଶ୍ୟକ। ମୁଁ ମାତ୍ର ଗୋଟିଏ ବର୍ଷ ମାଗୁଛି। କାହା କଥା ନ ଶୁଣି କାମ ଉପରେ ଧ୍ୟାନ ଦିଅନ୍ତୁ। ଉତ୍କର୍ଷ ନିମାପଡ଼ା ଗଠନରେ ଅଗ୍ରଯୋଦ୍ଧା ହୁଅନ୍ତୁ। କାମ ଭଲ ହେଲେ ପିସି କିମ୍ବା ଲାଞ୍ଚ ପ୍ରଶ୍ନ ଉଠିବ ନାହିଁ। ଖାଲି ଭିତ୍ତିଭୂମି ପ୍ରସ୍ତୁତ ହେଲେ ହେବ ନାହିଁ, ବରଂ ଲୋକଙ୍କ ଜୀବନ ଧାରଣର ମାନ ଉନ୍ନତ ହେବା ଜରୁରୀ। ଉଭୟ କାମ ସମାନ୍ତରାଳ ଭାବରେ ଚାଲିବ। ଗୋଟିଏ ବର୍ଷ ଏଭଳି ଚାଲିଲେ ସ୍ବପ୍ନ ସାକାର ହେବ ଏଥିରେ ଦ୍ବିମତ ନାହିଁ। ମୁଁ କାଗଜପତ୍ରରେ ହିସାବ ମାଗିବାକୁ ଡାକିନାହିଁ, ବରଂ କାମ କରିବାକୁ ନିବେଦନ କରୁଛି। କାମ କରିଚାଲ। ଦେଖିବ ସବୁ କାଗଜପତ୍ର ଆପେ ଠିକ୍ ହେଇଯିବ। ନିମାପଡ଼ାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲାବେଳେ ଆଜି ବିଭାଗୀୟ ଅଧିକାରୀମାନଙ୍କୁ ଏଭଳି ଗୁରୁମନ୍ତ୍ର ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।  

Advertisment

ଶ୍ରୀମତୀ ପରିଡ଼ା କହିଛନ୍ତି, ନିମାପଡ଼ା ପାଇଁ ମୁଁ ଉପରମୁଣ୍ଡରେ ଲଢ଼େଇ କରି ଫଣ୍ଡ ଆଣୁଛି। ଆଉ କେଉଁଠି କେଉଁଠି ବିକାଶ ପାଇଁ ଅର୍ଥ ପ୍ରତିବନ୍ଧକ ହେଲେ ମୋତେ କୁହ, ପୁଣି ଅର୍ଥ ଆସିବ। ହେଲେ କାମରେ ଅବହେଳା ବରଦାସ୍ତ କରିହେବ ନାହିଁ। ଆପଣମାନଙ୍କର ଜନ୍ମସ୍ଥାନ ଆଉ କେଉଁଠି ହୋଇଥାଇପାରେ? ହେଲେ ଆପଣମାନଙ୍କର କର୍ମସ୍ଥଳ ଏଇଠି। ଏଣୁ ଏଭଳି କାମ କର; ଯାହା ଉଭୟ, ଜନ୍ମ ଓ କର୍ମସ୍ଥଳରେ ଏକ ନୂଆ ପରିଚୟ ସୃଷ୍ଟି କରିପାରିବ। 

ଆହୁରି ପଢ଼ନ୍ତୁ: Matric Students ପରୀକ୍ଷା କେନ୍ଦ୍ରକୁ ଆସି ଗେଟ ସାମ୍ନାରୁ ୩ ଦଶମ ପରୀକ୍ଷାର୍ଥୀ ନିଖୋଜ

ହିସାବ ମୁଁ ମାଗୁନାହିଁ: ପ୍ରଭାତୀ

ସ୍କୁଲ୍, କଲେଜ୍ ପିଲାମାନେ ଏବେ ଡ୍ରଗ୍ସ୍ ବେପାରରେ ପଶି ଯାଇଛନ୍ତି। କିଏ ସେମାନଙ୍କୁ ପୁରାଇଛି? ଆସୁଛି କେଉଁଠୁ, ଯାଉଛି କୁଆଡ଼େ? ଏ ସବୁର ହିସାବ ମୁଁ ମାଗୁନାହିଁ। ଏସ୍ପି ଆମ ସହ ଅଛନ୍ତି। ମୋର ପୁରା ବିଶ୍ବାସ ଅଛି ଏ ସବୁ ସମୂଳେ ନାଶ ହେବ। ଜଣେ ହେଲେ ଛାତ୍ର କିମ୍ବା ଯୁବକ ଏସବୁ ବେପାରରେ ସଂଶ୍ଳିଷ୍ଟ ହେବେନାହିଁ। ଏହା ଉପରେ ପୁଲିସ ବିଭାଗ ମନଧ୍ୟାନ ଦେଇ କାମ କରିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। 

ଆହୁରି ପଢ଼ନ୍ତୁ: Anganbadi Pravati Parida ଓଡ଼ିଶାରେ ୨୦,୧୫୦ ଅଙ୍ଗନବାଡ଼ିର ନିଜସ୍ବ ଗୃହ ନାହିଁ: ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

ଇଞ୍ଜିନିୟରିଂ ଡିଫେକ୍ଟ ହେଲେ ଦୁର୍ଘଟଣା ହୁଏ: ଉପମୁଖ୍ୟମନ୍ତ୍ରୀ

ସେ ଆହୁରି କହିଛନ୍ତି, କେବଳ ନିମାପଡ଼ା ଅଞ୍ଚଳରେ ବିଭିନ୍ନ ବିଭାଗର ଶହେରୁ ଅଧିକ ଇଞ୍ଜିନିୟର ଅଛନ୍ତି। ଆପଣମାନେ ଜାଣିଥିବେ, ରାସ୍ତାରେ ଇଞ୍ଜିନିୟରିଂ ଡିଫେକ୍ଟ ହେଲେ ଦୁର୍ଘଟଣା ହୁଏ। ଠିକ୍ ସେମିତି କୋଠାବାଡ଼ି, ପୋଲ, ପାଣିପାଇପ୍, ଯେଉଁଥିରେ ବି ଇଞ୍ଜିନିୟରିଂ ଡିଫେକ୍ଟ ହେବ ତାହା ବିକାଶର ପ୍ରତିବନ୍ଧକ ହେବ। ଏଣୁ ମୋର ନିବେଦନ ତୃଣମୂଳସ୍ତରରେ କାମ କରୁଥିବା ପ୍ରତିଟି ବ୍ୟକ୍ତି ଆସନ୍ତା ଗୋଟିଏ ବର୍ଷ କେବଳ କାମରେ ଧ୍ୟାନ ଦେଲେ ବିକାଶ ମାନଚିତ୍ରରେ ଏ ଅଞ୍ଚଳ ଏକ ନୂଆ ପରିଚୟ ସୃଷ୍ଟି କରିବ ବୋଲି ସେ କହିଛନ୍ତି।