ପୁରୀ/କଟକ: ବୁଲା କୁକୁର କାମୁଡ଼ାରେ ମୃତ ଶିଶୁ ପରିବାରକୁ ୧୦ ଲକ୍ଷ କ୍ଷତିପୂରଣ ଦେବାକୁ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଉଲେ୍ଲଖଯୋଗ୍ୟ, ୨୦୧୬ ରେ ପୁରୀ ଜଗନ୍ନାଥ କଲୋନୀରେ ୪ ବର୍ଷ ଶିଶୁର କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିଲା। ଏହାପରେ ହାଇକୋର୍ଟରେ ଏନେଇ ମାମଲା ହୋଇଥିଲା। ପୁରୀ ମ୍ୟୁନିସପାଲିଟି ହାଇକୋର୍ଟରେ କୁକୁର ବନ୍ଧ୍ୟାକରଣ ପାଇଁ କଣ ବ୍ୟବସ୍ଥା କରାଯାଇଛି ସେ ନେଇ ସତ୍ୟପାଠ ଦେଇଥିଲେ।

କୁକୁର କାମୁଡ଼ାରେ କାହାରି ମୃତ୍ୟୁ ହେଲେ କ୍ଷତିପୂରଣ ଦେବାକୁ ମ୍ୟୁନିସିପାଲଟି ଆକ୍ଟ୍ ରେ କିଛି ବ୍ୟବସ୍ଥା ନାହିଁ ବୋଲି ସତ୍ୟପାଠରେ ଦର୍ଶାଯାଇଥିଲା।
ଓଡ଼ିଶା ଉଚ୍ଚ ନ୍ୟାୟାଳୟ ଏନେଇ ଅସନ୍ତୋଷ ବ୍ୟକ୍ତ କରି କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ରାଜକିଶୋର ସ୍ୱାଇଁଙ୍କ ପାଇଁ ଆଇନଜୀବୀ ବିଭୁତି ମହାନ୍ତି ମାମଲା ପରିଚାଳନା କରୁଥିଲେ।

ଗୁରୁବାରକୁ ନେଇ ଘରେ ଚାଲିଥିଲା ପୁଜାର ମାହୋଲ। ଆଉ ଘରେ ଥିବା ୪ ବର୍ଷର ଶିଶୁଟି ପଛପଟ ବଗିଚାରେ ଖେଳୁଥିଲା। ଆଉ ଖେଳିବା ସମୟରେ ହଠାତ ଟ୍ରେନ ଲାଇନ କଡରେ ବୁଲୁଥିବା ୪ଟି କୁକୁର ବଗିଚାରେ ପହଞ୍ଚିଥିଲେ । ସେହି ସମୟରେ ଶିଶୁଟି ଏକ ଛୋଟ ଗୁଡ଼ି ଉଡ଼ାଉଥିବା ବେଳେ ଗୋଟିଏ କୁକୁର ସେହି ଶିଶୁକୁ ଆକ୍ରମଣ କରିଥିଲା। ତା ପରେ ୪ଟି କୁକୁର ବେଢ଼ି ଯାଇଥିଲେ ପିଲାଟିକୁ । ୩୦ ମିଟର ଘୋଷାଡ଼ିଘୋଷାଡ଼ି ଏକ ବୁଦା ମୁଳେ ନିର୍ମମ ଭାବେ ଝୁଣି ଖାଇଥିଲେ ପିଲାକୁ। କୁକୁର କାମୁଡ଼ାରେ ପିଲାଟିର ହାତ, ବେକ, ମୁଣ୍ଡ ଓ ଗୋଡ଼ କଣା ହୋଇଯାଇଥିଲା । ଘଟଣାସ୍ଥଳରେ ହିଁ ମୃତ୍ୟୁବରଣ କରିଥିଲା ଶିଶୁଟି। ଘଟଣାଟି ଘଟିଥିଲା କୁମ୍ଭାରପଡ଼ା ଥାନା ଅନ୍ତର୍ଗତ ଜଗନ୍ନାଥ କଲୋନୀରେ। ମୃତ ଶିଶୁଟିର ନାଁ ସତ୍ୟବାନ ରାଉତ। ବାପା ମାଙ୍କର ଗୋଟିଏ ସନ୍ତାନ।

ରକ୍ତାକ୍ତ ଶିଶୁକୁ ତୁରନ୍ତ ପୁରୀ ମେଡିକାଲକୁ ଅଣାଯିବା ବେଳେ ଡାକ୍ତର ମେଡିକାଲରେ ତାକୁ ମୃତ ଘୋଷଣା କରିଥିଲେ। କୁକୁରମାନଙ୍କ ନିର୍ମମ କାମୁଡ଼ାରେ ଏଭଳି ଶିଶୁର ମୃତ୍ୟୁ ଘଟଣା ପୁରୀ ଜିଲାରେ ପ୍ରଥମ।