କୋଣାର୍କ: ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିବା ନୟାଗଡ଼ଜିଲ୍ଲା ତେନ୍ତୁଳିଆ ପଲ୍ଲୀ ଗ୍ରାମର ଜଣେ ବୃଦ୍ଧ ଶନିବାର ମଧ୍ୟାହ୍ନରେ କେଉଁଆଡ଼େ ନିଖୋଜ ହୋଇଥିବା ଜଣାପଡ଼ିଛି।

Advertisment

ସୂଚନା ମୁତାବକ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅଧିନ ତେନ୍ତୁଳିଆ ପଲ୍ଲୀ ଗ୍ରାମର ମହେଶ୍ବର ଆଚାର୍ଯ୍ୟ (୮୦) ନିଜ ପରିବାର ସହିତ ଏକ କୋଣାର୍କ ସୂର୍ଯ୍ୟ ମନ୍ଦିର ବୁଲିବାକୁ ଆସିଥିଲେ।

ସୂର୍ଯ୍ୟ ମନ୍ଦିର ବୁଲିବାକୁ ଯାଉଥିବା ବେଳେ ମହେଶ୍ବରଙ୍କ ମୁଣ୍ଡ ବୁଲାଇବା ଯୋଗୁଁ ପାର୍କିଂରେ ଥିବା ଗାଡ଼ି ନିକଟରେ ସେ ବୁଲିବାକୁ ନଯାଇ ବସିରହିଥିଲେ। ତାଙ୍କ ସହିତ ଆସିଥିବା ପରିବାରର ଅନ୍ୟ ସଦସ୍ୟମାନେ ତାଙ୍କୁ ସେଠାରେ ଛାଡ଼ି ସୂର୍ଯ୍ୟ ମନ୍ଦିର ବୁଲିବାକୁ ଯାଇଥିଲେ। 

ସୂର୍ଯ୍ୟମନ୍ଦିର ବୁଲି ସାରି ସେମାନେ ଗାଡ଼ି ପାଖକୁ ଫେରି ଆସି ଦେଖିନ୍ତି ବୃଦ୍ଧ ଶ୍ରୀ ଆଚାର୍ଯ୍ୟ ସେଠାରେ ଆଉ ନାହାନ୍ତି। ସମସ୍ତେ ବ୍ୟସ୍ତ ହୋଇ କୋଣାର୍କର ବିଭିନ୍ନ ସ୍ଥାନ ବହୁ ସମୟ ଧରି ଖୋଜାଖୋଜି କରି ତାଙ୍କୁ ଆଉ ପାଇ ନଥିଲେ। ଶେଷରେ ବାଧ୍ୟ ହୋଇ ପରିବାର ଲୋକ ନିଖୋଜ ଥିବାକୁ ନେଇ କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବୃଦ୍ଧାଙ୍କୁ ପାଇବା ପାଇଁ କୋଣାର୍କରେ ଅପେକ୍ଷା କରି ରହିଛନ୍ତି।

Konark