ପୁରୀ: ଶ୍ରୀଜିଉଙ୍କ ଦର୍ଶନ ସମୟରେ ଗର୍ଭଗୃହରେ ପଡ଼ି ସେବାୟତ ଆହତ, ଦୁଇ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ: ଶ୍ରୀମନ୍ଦିର ଗର୍ଭଗୃହରେ ମଙ୍ଗଳବାର ରକ୍ତର ଛିଟା ଦେଖାଯାଇଛି। ସୂଚନା ଅନୁସାରେ ଆଜି ଅପରାହ୍ନ ପ୍ରାୟ ୧ଟା ୩୦ରେ ଗଙ୍ଗାଧର ଦାସ ମହାପାତ୍ର ନାମରେ ଜଣେ ଦଇତାପତି ସେବାୟତ ଶ୍ରୀଜିଉଙ୍କୁ ଦର୍ଶନ କରୁଥିବା ବେଳେ ଖସି ପଡ଼ିଥଲେ। ତାଙ୍କୁ ଗୁରୁତର ଅବସ୍ଥାରେ ପୁରୀ ସଦର ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଶ୍ରୀମନ୍ଦିର ଭିତରକାଠ ନିକଟରେ ଏହି ଅଭାବନୀୟ ଘଟଣା ଘଟିବା ପରେ। ଶ୍ରୀଜିଉମାନଙ୍କୁ ମହାସ୍ନାନ କରାଯାଇଥିଲା। ଶ୍ରୀଜିଉମାନଙ୍କୁ ମହାସ୍ନାନ କରାଯାଇଥିଲା। ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରଖାଯାଇଥିଲା। ପରେ ପୁଣି ସାଧାରଣ ଦର୍ଶନ ସ୍ୱାଭାବିକ ହୋଇଛି।

 

ସମ୍ବନ୍ଧିତ ଖବର