କଣାସ/ପୁରୀ: ଗାଁର ଅନ୍ୟ କିଛି ଯୁବକଙ୍କ ସହିତ ହାତୀ ପଲ ଦେଖିବାକୁ ଯାଇ ଦନ୍ତାର ଶିକାର ହୋଇଛନ୍ତି କଣାସ ଅଂଚଳର ଜଣେ ଯୁବକ। ପୁରୀ ଜିଲ୍ଲାର କଣାସ ଅଂଚଳରେ ଏହି ଅଭାବନୀୟ ଘଟଣା ରବିବାର ଅପରାହ୍ନରେ ଘଟିଛି। ରିପୋର୍ଟ ଅନୁସାରେ କେଶରପୁର ଅଂଳଚକୁ ଶନିବାର ରାତି ଚନ୍ଦକା ଅଭୟାରଣ୍ୟରୁ ୨୩ଟି ହାତୀ ଆସିଥିଲେ। ସକାଳ ହୋଇଯିବା ପରେ ହାତୀ ପଲ ଫେରି ନଥିଲେ।
ସ୍ଥାନୀୟ ଅଂଚଳରେ ହାତୀ ପଲ ନେଇ ଭୟର ବାତାବରଣ ଖେଳି ଯାଇଥିବା ବେଳେ ଗଡ଼ାସ ଗାଁର ସଂଜୟ ମଲିକ ନିଜ ଗାଁଠାରୁ ୫ କିଲୋମିଟର ଦୂର କେଶରପୁର ଯାଇ ହାତୀ ପଲ ଫଟୋ ଉଠାଇବାକୁ ଉଦ୍ୟମ କରିଥିଲେ। ଏହାରି ଭିତରେ ହାତୀ ପଲ ଭିତରୁ ଏକ ଦନ୍ତା ଆସି କୃତଘ୍ନ ହୋଇଯାଇଥିଲା। ଅନ୍ୟ ସାଙ୍ଗସାଥୀମାନେ ସଂଜୟର ଅବସ୍ଥା ଦୂରରୁ ଦେଖୁଥିଲେ ମଧ୍ୟ ନିରୂପାୟ ହୋଇଯାଇଥିଲେ। ଅଳ୍ପ ସମୟ ମଧ୍ୟରେ ସଂଜୟର ପ୍ରାଣ ବାୟୁ ଉଡ଼ିଯାଇଥିଲା।
/sambad/media/post_attachments/wp-content/uploads/2018/12/puri1-4-300x169.jpg)
ସଂଜୟର ମୃତ୍ୟୁ ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଯାଇଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳକୁ ପହଂଚିଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ହାତୀ ପଲ ଟାଙ୍ଗୀ-ଖୋର୍ଦ୍ଧା ଅଂଚଳରେ ଥିବା ବେଳେ ସ୍ଥାନୀୟ ଅଂଚଳରେ କେମିତି ରାତି କଟାଇବେ ସେ, ନେଇ ଚିନ୍ତାରେ ପଡ଼ିଯାଇଛନ୍ତି।
ଡିସେମ୍ବର ଆସିବା ପରେ କଣାସ ଅଂଚଳରେ ହାତୀ ଭୟ ସୃଷ୍ଟି ହେଉଛି। ଗତ ବର୍ଷ ମଧ୍ୟ ଏହି ଅଂଚଳକୁ ପ୍ରାୟ ୭ରୁ ୮ ହାତୀ ଆସିଥିଲେ। ବର୍ଷ ୨୦୧୭ରେ ଧାନ ଫସଲ ଏବଂ ପରିବା ଚାଷ ବ୍ୟାପକ ନଷ୍ଟ କରିବା ପରେ ଫେରିଯାଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/12/puri-7.jpg)