ପୁରୀ ସମୁଦ୍ରରେ ବୁଡ଼ି ଇଞ୍ଜିନିୟରିଂ ଛାତ୍ରଙ୍କ ମୃତ୍ୟୁ, ଜଣେ ନିଖୋଜ

ପୁରୀ: ପୁରୀ ସମୁଦ୍ରରେ ବୁଡ଼ି ଶନିବାର ଜଣେ ଇଞ୍ଜିନିୟରିଂ ଛାତ୍ର ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଛାତ୍ର ନିଖୋଜ ଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ୱରସ୍ଥିତ ଏକ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଉତ୍ତରାଖଣ୍ଡର ନୈନିତାଲର ପ୍ରାଞ୍ଜଲଙ୍କ ମୃତ୍ୟୁ ହୋଇଥିବା ବେଳେ ଜିତିନ ନିଖୋଜ ଥିବା ଜଣାପଡ଼ିଛି। ପ୍ରାଞ୍ଜଲଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଠାଯାଇଛି।

ନାଇଜର ଇଞ୍ଜିନିୟରିଂ କଲେଜରେ ପଢୁଥିବା ଆଠ ଜଣ ଛାତ୍ର ଭୁବନେଶ୍ୱରରୁ ପୁରୀ ଯାଇଥିଲେ। ସମୁଦ୍ରରେ ଗାଧୋଇବା ପାଇଁ ସମସ୍ତେ ଯାଇଥିଲେ। ବେଲେଶ୍ୱର ନିକଟସ୍ଥ ସମୁଦ୍ରରେ ଗାଧୋଉଥିବା ବେଳେ ଜିତନ ଓ ପ୍ରାଞ୍ଜଲ ବୁଡ଼ି ଯାଇଥିଲେ। ପରେ ପ୍ରାଞ୍ଜଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।

ସମ୍ବନ୍ଧିତ ଖବର