ପୂର୍ବତନ ଡିଆଇ ଦିନବନ୍ଧୁ ମଳିକ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାର ରାୟ ପ୍ରକାଶ : ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କଲେ ଅଦାଲତ

ପୁରୀ : ବହୁଚର୍ଚ୍ଚିତ ପୁରୀ ଜିଲ୍ଲା ଅସ୍ତରଙ୍ଗ ଦିନାଡିଆ ଗ୍ରାମର ପୂର୍ବତନ ଡିଆଇ ଦିନବନ୍ଧୁ ମଳିକ ପରିବାରର ୪ ଜଣଙ୍କୁ ହତ୍ୟା ମାମଲାର ରାୟ ଆଜି ପ୍ରକାଶ ପାଇଛି। ଏହି ହତ୍ୟାକାଣ୍ଡ ମାମଲାରେ ଚୂଡାନ୍ତ ରାୟ ପ୍ରକାଶ କରିଛନ୍ତି ନିମାପଡା ଅତିରିକ୍ତ ଦୌରା ଜଜ୍ । ଏହି ଘଟଣାରେ ୩ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ। ସେମାନେ ହେଲେ ଆୟାଶା ବେଗମ୍, ହିମାଦ୍ରି ଦାସ, ଦିନବନ୍ଧୁଙ୍କ ସଡୁ ଫକୀର।

ଉଲ୍ଲେଖଯୋଗ୍ୟ ଯେ, ୨୦୧୫ ସେପ୍ଟେମ୍ବର ୨୧ ତାରିଖରେ ଦିନବନ୍ଧୁ ମଳିକଙ୍କ ପରିବାରକୁ ମୁଳପୋଛ କରିଦିଆଯାଇଥିଲା । ଦିନବନ୍ଧୁ, ତାଙ୍କ ସ୍ତ୍ରୀ ନିର୍ମଳା ଓ ୨ ଝିଅ ପ୍ରଣତୀ ଓ ଶାସ୍ୱତୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡ ସେତେବେଳେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। ଏହି ଲୋମଟାଙ୍କୁରା ଘଟଣାର ତଦନ୍ତ ଭାର ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ଦେଇଥିଲେ । ହତ୍ୟାକାଣ୍ଡର ମାଷ୍ଟର ମାଇଣ୍ଡ ଦିନବନ୍ଧୁଙ୍କ ସଡୁ ଫକୀରଙ୍କୁ ପ୍ରଥମେ ଗିରଫ କରାଯାଇଥିଲା । ଏହାପରେ ଏହି ଘଟଣା ୨ ମାସ ପରେ କୋଲକାତାର ହିମାଦ୍ରି ଶେଖର ଓ ତାଙ୍କ ସ୍ତ୍ରୀ ଆୟେଶା ବେଗମ୍‌କୁ ଗିରଫ କରିଥିଲା କ୍ରାଇମ୍‌ବ୍ରାଞ୍ଚ । ଏମାନଙ୍କୁ ଆଜି କୋର୍ଟ ଦୋଷୀ ସାବ୍ୟସ୍ତ କରିଥିବା ବେଳେ ଏବେ ଏମାନେ ନିମାପଡା ସବ୍ ଜେଲରେ ବନ୍ଦି ଜୀବନ ବିତାଉଛନ୍ତି ।

ସମ୍ବନ୍ଧିତ ଖବର