ପୁରୀ: ପୁଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାଁରେ ଅନଲାଇନ ଠକେଇ। ଏକ ଫେକ ୱେବସାଇଟ ତିଆରି କରି ଶ୍ରୀଜଗନ୍ନାଥଙ୍କ ପୂଜା ଓ ବ୍ରାହ୍ମଣ ଭୋଜନ ପାଇଁ ଟଙ୍କା ନେଉଛନ୍ତି ଅନଲାଇନ ଠକ। ‘ଶାଳିଗ୍ରାମ ଶାଳା’ ନାମକ ଏକ ଫେକ୍ ୱେବସାଇଟ ମାଧ୍ୟମରେ ଏପରି ଅନଲାଇନ ଠକେଇ ହେଉଥିବା ସେବାୟତ ଶମ୍ଭୁନାଥ ଖୁଣ୍ଟିଆ ଅଭିଯୋଗ କରିଛନ୍ତି।

Advertisment

ଦେଶ ବିଦେଶରେ ଥିବା ଜଗନ୍ନାଥଭକ୍ତଙ୍କ ଠାରୁ ବିଭିନ୍ନ ପୂଜା ପାଇଁ ଅନଲାଇନ ଟଙ୍କା ଗ୍ରହଣ କରାଯାଉଥିବା କୁହାଯାଇଛି। ଶ୍ରୀ ଜଗନ୍ନାଥଙ୍କ ପୂଜା ପାଇଁ ୭୯ ଡ଼ଲାର ବା ୬ ହଜାର ଟଙ୍କା ପାଇଁ ୱେବସାଇଟରେ ଉଲ୍ଲେଖ ରହିଛି । ଏଥିସହ ଡିସକାଉଣ୍ଟ ପ୍ରାଇସ ମଧ୍ୟ ଏଥିରେ ଲେଖାହେଇଛି। ଶ୍ରୀଜଗନ୍ନାଥଙ୍କ ମନ୍ତ୍ର, ଜପ, ପୂଜା ଓ ଯଜ୍ଞ ଆଦି ପାଇଁ ୪ହଜାର ୫୦୦ ଟଙ୍କା ବା ୫୯ ଡଲାର ଦେଇ ପୂଜା କରିପାରିବେ ।