ବାମନାଳ: ପୁରୀଜିଲ୍ଲା ନିମାପଡ଼ା ପିପିଲି ମୁଖ୍ୟ ରାସ୍ତାରେ ଥିବା ୩ଟି ମନ୍ଦିରରୁ ଏକା ସାଙ୍ଗରେ ଲୁଟ୍ ହୋଇଛି। ତାରିଣୀ ମନ୍ଦିର, ରାମ ମନ୍ଦିର ଓ ବିରିଖାଣୀ ମନ୍ଦିରରରୁ ଲୁଟ୍‌ ଅଭିଯୋଗ ହୋଇଛି। 

Advertisment

ସୂଚନା ଅନୁଯାୟୀ ଗତକାଲି ରାତ୍ରି ସମୟରେ ଦୁଇରୁ ୩ଜଣ ଦୁର୍ବୃତ୍ତ ଗରପଦା ତାରିଣୀ ମନ୍ଦିର, କାଜିପାଟଣା ନିକଟରେ ଥିବା ରାମ ମନ୍ଦିର ଓ ଓଳିକଣା ବିରିଖାଣି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ଅଳଙ୍କାର ସହିତ ଦାନ ବାକ୍ସ ଭାଙ୍ଗି ଟଙ୍କା ଲୁଟ କରିଥିବା ଜଣାପଡିଛି। ତେବେ ୩ଟି ମନ୍ଦିରର ମୁଖ୍ୟ ପୂଜକମାନେ ସକାଳୁ ମନ୍ଦିରକୁ ଠାକୁରଙ୍କୁ ପୂଜା କରିବାକୁ ଆସିବା ସମୟରେ ଚୋରି ହେଉଥିବା ଦେଖିବାକୁ ପାଇଥିଲେ। ପରେ ପୁଲିସକୁ ଜଣାଇଥିଲେ।

ତିନୋଟି ମନ୍ଦିର ମଧ୍ୟରୁ କାଜିପାଟନା ନିକଟରେ ଥିବା ରାମ ମନ୍ଦିର ମଧ୍ୟରେ ଲାଗିଥିବା ସିସିଟିଭିରେ ଦୃର୍ବୁତ୍ତଙ୍କ ଲୁଟ୍ କରୁଥିବା ଦୃଶ୍ୟ କଏଦ ହୋଇଛି। ଏପଟେ ପାର୍ବଣ ସମୟରେ ଏକା ସାଙ୍ଗରେ ୩ଟି ସିରିଜ୍ ଚୋରି ନେଇ ସାଧାରଣରେ ଅସନ୍ତୋଷ ପ୍ରକଟ ହୋଇଥିବା ବେଳେ ଦୃର୍ବୁତ୍ତମାନେ ଚୋରି କରିଥିବା ନେଇ ଜଣାପଡିଛି।

ଅନ୍ୟପଟେ ଅଭିଯୋଗ ଓ ସିସିଟିଭି ଆଧାରରେ ନିମାପଡ଼ା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି। ସ୍ଥାନୀୟ ବାସିନ୍ଦା ନୀଳାଦ୍ରି ମଙ୍ଗରାଜ, ତାରେଣି ମନ୍ଦିର ପୂଜକ ନିମାଇ ଚରଣ ପଣ୍ଡା, ବିରିଖାଣୀ ମନ୍ଦିର ପୂଜକ ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଦୃର୍ବୁତ୍ତଙ୍କୁ ତୁରନ୍ତ ଧରିବା ପାଇଁ ସାଧାରଣରେ ଦାବି କରିଛନ୍ତି।

ରିପୋର୍ଟ: ସନ୍ତୋଷ

puri | Crime