ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଆଜି ଓଷ ଲାଗି

ପୁରୀ: ସ୍ନାନବେଦୀରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ଶ୍ରୀଜିଉ। ଅଣସର ପିଣ୍ଡିରେ ଚାଲିଛି ଶାସ୍ତ୍ରାନୁମୋଦିତ ଚିକିତ୍ସା। ମହାପ୍ରଭୁଙ୍କ ଗୁପ୍ତସେବା କରୁଛନ୍ତି ଦଇତାପତି ସେବାୟତ। ଗତକାଲି ମହାପ୍ରଭୁଙ୍କୁ ଶ୍ରୀଅଙ୍ଗରେ ଫୁଲୁରିତେଲ ଲାଗି କରାଯାଇଥିଲା। ଆଜି ଶ୍ରୀମନ୍ଦିର ବୈଦ୍ୟଙ୍କ ପରାମର୍ଶ କ୍ରମେ ଓଷ ଲାଗି କରାଯିବ। ଶ୍ରୀଅଙ୍ଗରେ ଓଷ ଲାଗି ହେଲେ ସୁସ୍ଥ ହେବେ ଶ୍ରୀଜିଉ । ତିନିଦିନ ଧରି ମହାପ୍ରଭୁଙ୍କର ଏହି ଓଷ ଉପଚାର ଚାଲିବ ।

ସମ୍ବନ୍ଧିତ ଖବର