ପୁରୀ: କୁହାଯାଏ ‘ ଦୋଳେ ଚ ଦୋଳଗୋବିନ୍ଦମ, ଚାପେ ଚ ମଧୁସୁଦନମ୍ । ରଥେ ତୁ ବାମନମ ଦୃଷ୍ଟ୍ଵା ,ପୁର୍ନଜନ୍ମ ନ ଲଭ୍ୟତେ’ । ଲୀଳାମୟ ଶ୍ରୀଜଗନ୍ନାଥ ପତିତଜନଙ୍କୁ ଉଦ୍ଧରିବା ପାଇଁ ରଥାରୁଢ଼ ହୋଇ ବଡଦାଣ୍ଡରେ ଭକ୍ତଙ୍କ ମେଳରେ ଯାତ୍ରା କରିଥାନ୍ତି। ଆଉ ସେହି ପରଂବ୍ରହ୍ମ ନାରାୟଣଙ୍କୁ ରଥାରୁଢ଼ ଅବସ୍ଥାରେ ଏହି ଚର୍ମ ଚକ୍ଷୁରେ ଦର୍ଶନ କଲେ ଏହି ଭବ ସାଗରରୁ ପାର ହେବା ସହିତ ଆଉ ପୁର୍ନଜନ୍ମ ମିଳି ନ ଥାଏ। ଆତ୍ମା ମୋକ୍ଷ ଲାଭ କରିଥାଏ। ଏହା ପଛରେ ରହିଛି କୋଟି କୋଟି ଜଗନ୍ନାଥ ଭକ୍ତଙ୍କ ବିଶ୍ୱାସ। ଆଉ ସେହି ଭକ୍ତ- ଭଗବାନ ବିଶ୍ୱାସର ମହାନ ପର୍ବ ହେଉଛି ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା। ଲୀଳାମୟ ପୁରୁଷ ଶ୍ରୀଜଗନ୍ନାଥଙ୍କ ଏହି ଗୁଣ୍ଡିଚା ଯାତ୍ରା ଦେଖିବା ପାଇଁ ଲୋକାରଣ୍ୟ ହୋଇ ଉଠିଛି ବଡ଼ଦାଣ୍ଡ। ଭକ୍ତଙ୍କ ଗୁହାରି, ଆନନ୍ଦର ଅଶ୍ରୁରେ ଆଜି ଏକ ବିଚିତ୍ର ଶୋଭା ଧାରଣ କରିଛି ବଡ଼ଦାଣ୍ଡ।
/sambad/media/post_attachments/wp-content/uploads/2018/07/jayjagannath-300x198.jpg)
ଆଜି ସକାଳେ ସମସ୍ତ ନୀତକାନ୍ତିି ପାରମ୍ପରିକ ରୀତିନୀତିରେ ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଥିଲା ଶ୍ରୀଜୀଉମାନଙ୍କ ପହଣ୍ଡି।
ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ଦେବଦଳନ ରଥରେ ବିଜେ କରାଯାଇଥିଲା। ସୁଦର୍ଶନଙ୍କ ପରେ କାମପାଳ ଶ୍ରୀବଳଭଦ୍ର ଧାଡ଼ି ପହଣ୍ଡିରେ ଆସି ତାଳଧ୍ୱଜ ରଥରେ ଆସୀନ ହେବା ପରେ କାମ୍ପିଲ୍ୟବାସିନୀ ମା ସୁଭଦ୍ରାଙ୍କୁ ଆଣି ଦର୍ପଦଳନ ରଥରେ ବିଜେ କରାଯାଇଛିି। ତା ପରେ କାଳିଆ ସାଆନ୍ତେ ଝୁଲି ଝୁଲି, ଦୋଳାୟିତ ଟାହିଆର ଅପୂର୍ବ ଶୋଭାରେ ଦର୍ଶକମାନଙ୍କୁ ବିମୋହିତ କରି ଧୀରେ ଧୀରେ ରଥ ଉପରକୁ ବିଜେ କରିଛନ୍ତି।/sambad/media/post_attachments/wp-content/uploads/2018/07/jayjaganath-6-300x181.jpg)
ପୁରୀ: ରଥେ ତୁ ବାମନଂ ଦୃଷ୍ଟ୍ଵା.. ସରିଲା ପହଣ୍ଡି, ରଥାରୁଢ଼ ହେଲେ ଶ୍ରୀଜୀଉ ନିଳାଦ୍ରୀସିଂହ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ଓ ରଥବିଜେ ସମୟରେ ହରିବୋଲ ହୁଳହୁଳିି, ଜୟ ଜଗନ୍ନାଥ ଧ୍ୱନିରେ ଗଗନପବନ ମୁଖରିତ ହୋଇଛି। କିଏ ବଡ଼ଦାଣ୍ଡରେ କାଳିଆ ଠାକୁରଙ୍କ ଆଗରେ ନୃତ୍ୟ ପରିବେଷଣ କରି ତାଙ୍କ ଭକ୍ତି ନୈବେଦ୍ୟ ଅର୍ପଣ କରୁଛି ତ କିଏ ରଥ ସମ୍ମୁଖରେ ମୁରୁଜର ବଣ୍ଣାଳୀ ତୋଳି ତାର ଭକ୍ତିି ପ୍ରଦର୍ଶନ କରୁଛି। କିଏ ହନୁମାନ ରୂପରେ ବଡଦାଣ୍ଡରେ ବୁଲୁଛି ତ କିଏ ଭକ୍ତଙ୍କୁ ପାଣି ଯୋଗାଇ ଦେଇ କାଳିଆ ସାଆନ୍ତଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଛିି। ତିନିଠାକୁର ରଥାରୁଢ଼ ହେବା ପରେ ଏବେ ରଥ ଉପରେ ବିଧିବିଧାନ ମୁତାବକ ଶ୍ରୀଜୀଉମାନଙ୍କ ନୀତିକାନ୍ତି ଚାଲିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/07/jay-jagannath-4.jpg)