ପୁରୀ: ଜଣେ ଜମାକାରୀଙ୍କର ପ୍ରାୟ ସାଢ଼େ ଛଅ ଲକ୍ଷ ଟଙ୍କା ହଡ଼ପ କରିବା ଅଭିଯୋଗରେ ଟାଉନ ଥାନା ପୁଲିସ ଆଜି ଜଣେ ପୋଷ୍ଟମାଷ୍ଟରଙ୍କୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ନାୟକ ପ୍ଲାଜା ନିକଟ ବେହେରା ସାହିର ବିଜୟ ଦାସ ଡାକ ବିଭାଗର କିଷାନ ବିକାଶ ପତ୍ର ମାଧ୍ୟମରେ ଜମା କରିଥିବା ୩ ଲକ୍ଷ ଟଙ୍କା ୨୦ ହଜାର ଟଙ୍କା ବଢ଼ି ୬ ଲକ୍ଷ ୪୦ ହଜାର ଟଙ୍କା ପାଇଥିଲେ। ସେ ଏହି ଟଙ୍କାର ସଦୁପଯୋଗ କିପରି କରିବେ ସେଥିପାଇଁ ଶ୍ରୀଜଗନ୍ନାଥ ବଲ୍ଲଭ ପୋଷ୍ଟ ଅଫିସରେ ପୋଷ୍ଟମାଷ୍ଟର ଭାବେ କାର୍ଯ୍ୟ କରୁଥିବା ତାଳବଣିଆ ଥାନା ଗ୍ରୀନଲାଣ୍ଡ ମଣ୍ଡପ ନିକଟରେ ରହୁଥିବା ବିଜୟ ଜୟସିଂ (୫୦)ଙ୍କୁ ପଚାରିଥିଲେ। ତେବେ ଏହି ଟଙ୍କାକୁ ବର୍ଷିକିଆ ସ୍କିମରେ ପୋଷ୍ଟ ଅଫିସରେ ଜମା କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ଶ୍ରୀ ଜୟସିଂ ଜମାକାରୀ ବିଜୟ ଦାସ ଓ ତାଙ୍କ ପତ୍ନୀ ମମତା ଦାସଙ୍କ ନାମରେ ଚାରୋଟି ଜଏଣ୍ଟ ଆକାଉଣ୍ଟ ଖୋଲିଥିଲେ। ତିନୋଟି ଆକାଉଣ୍ଟରେ ଦୁଇ ଲକ୍ଷ ଲେଖା ରଖିବା ସହିତ ଚତୁର୍ଥ ଆକାଉଣ୍ଟରେ ୪୦ ହଜାର ଟଙ୍କା ରଖିବା ବୋଲି କହିଥିଲେ। ତେଣୁ ବିଜୟ ଦାସ ପାଇଥିବା ୬ ଲକ୍ଷ ୪୦ ହଜାର ଟଙ୍କା ପୋଷ୍ଟାମାଷ୍ଟର ଜୟସିଂଙ୍କୁ ଦେଇଥିଲେ। ଏହି ଟଙ୍କାକୁ ଜମା କରାଯାଇଥିବା ଦର୍ଶାଇ ଶ୍ରୀ ଜୟସିଂ ବିଜୟଙ୍କୁ ଚାରୋଟି ଜମା ଖାତା ଦେଇଥିଲେ। ଚୁକ୍ତି ଅନୁଯାୟୀ ବିଜୟ ଦାସ ବର୍ଷକ ପରେ ଏହି ପୋଷ୍ଟଅଫିସକୁ ଯାଇ ତାଙ୍କ ବର୍ଦ୍ଧିତ ଟଙ୍କା ମାଗିବାରୁ ଟଙ୍କା ଆତ୍ମସାତ ହୋଇଥିବା ଜଣାପଡ଼ିଥିଲା। ଘଟଣାର ବିଭାଗୀୟ ତଦନ୍ତ ପରେ ପୋଷ୍ଟମାଷ୍ଟର ବିଜୟ ଜୟସିଂଙ୍କୁ ନିଲମ୍ବିତ କରାଯାଇଛି। ଅନ୍ୟପକ୍ଷରେ ଜମାକାରୀ ଟାଉନ ଥାନାରେ ଅଭିଯୋଗ କରିବାରୁ ପୁଲିସ ଏକ ମାମଲା ରୁଜୁ କରି ଆଜି ବିଜୟ ଜୟସିଂଙ୍କୁ ଗିରଫ କରିଥିବା ଜଣାପଡ଼ିଛି।
ସାଢ଼େ ଛଅ ଲକ୍ଷ ହଡ଼ପ କରି ପୋଷ୍ଟମାଷ୍ଟର ଗିରଫ
/sambad/media/post_attachments/wp-content/uploads/2018/12/Jail-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)