ଚନ୍ଦ୍ରଗ୍ରହଣ ନୀତି ଚୂଡାନ୍ତ, ସର୍ବମୋକ୍ଷ ପ୍ରାୟ ରାତ୍ର ୪.୩୦ରେ ହେବ

ପୁରୀ: ଆସନ୍ତାକାଲି ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ୪ଟା ୩୧ ମିନିଟ ଠାରୁ ପାକତ୍ୟାଗ ଓ ଦେବନୀତି ନିଷେଧ ହୋଇଛି। ଗ୍ରହଣ ସର୍ବମୋକ୍ଷ ପ୍ରାୟ ରାତ୍ର ୪.୩୦ରେ ହେବ। ଶ୍ରୀମନ୍ଦିରର ନୀତି ଶୃଙ୍ଖଳିତ କରିବା ପାଇଁ ପ୍ରାତଃ ୬ଟାରେ ଦ୍ୱାର ଫିଟାଇବାକୁ ନୀତି ର୍ନିଘଣ୍ଟ ହୋଇଥିବା ବେଳେ ଭିତରଶୋଧ ୬.୩୦ ମିନିଟରେ ହେବ। ୭ଟାରେ ମଙ୍ଗଳ ଆଳତି ଓ ୭.୩୦ରେ ମଇଲମ-ତଡପଲାଗି ପରେ ଅନ୍ୟାନ୍ୟ ନୀତି ହେବ।

ଯେମିତି କି ୭.୫୦ରେ ଅବକାଶ ପୂଜା, ୮.୧୦ଟାରେ ଅଧର ପୋଛା, ୮.୩୫ଟାରେ ମଇଲମ, ୯.୩୦ଟାରେ ବେଶଶେଷ, ୮.୪୫ଟାରେ ସୂର୍ଯ୍ୟପୂଜା, ୯ଟାରେ ଦ୍ୱାରପାଳ ପୂଜା, ୧୦ଟାରେ ଗୋପାଳ ବଲ୍ଲଭ ପୂଜା ଶେଷ, ୧୦.୩୦ରୁ ୧୧.୩୦ଟାରେ ସକାଳ ଧୂପ, ୧୨.୦୦ରୁ ୧.୦୦ଟାରେ ମଇଲମ ଓ ବେଶ, ୧୦.୪୫ରୁ ୧.୩୦ଟାରେ ଭୋଗମଣ୍ଡପ, ୨.୦୦ରୁ ୩.୦୦ ଟାରେ ମଧ୍ୟାହ୍ନ ଧୂପ, ୨.୨୫ରୁ ୪.୦୦ଟାରେ ଦ୍ୱିତୀୟ ଭୋଗମଣ୍ଡପ, ୪ଟାରେ ମଇଲମ ଏବଂ ୪.୩୦ରେ ତଡପଲାଗି ନୀତି ରହିଛି।

ସମ୍ବନ୍ଧିତ ଖବର