ଅସ୍ତରଙ୍ଗ: ଅସ୍ତରଙ୍ଗରେ ବ୍ଲକସ୍ତରୀୟ ଜିଲ୍ଲାପାଳଙ୍କ ଜନଶୁଣାଣି ଆରମ୍ଭ ନହେଉଣୁ ଜନ ପ୍ରତିନିଧି ଧାରଣାରେ ବସିଛନ୍ତି। ଆମକୁ ପ୍ରଥମେ ନ୍ୟାୟ ଦିଅ,ନଚେତ ଜନଶୁଣାଣି ବନ୍ଦ କର। ଏଭଳି ଦାବିକରି ୮ ଜଣ ସରପଞ୍ଚ ଓ ୮ ଜଣ ସମିତି ସଭ୍ୟ ଧାରଣାରେ ବସିରହି ନିଜ ଜିଦରେ ଅଟଳ ରହିଛନ୍ତି।
ସୂଚନାଯୋଗ୍ୟ ଯେ, ଆଜି ଅସ୍ତରଙ୍ଗ ବ୍ଲକରେ ଜିଲ୍ଲାପାଳଙ୍କ ଜନଶୁଣାଣି ପାଇଁ ପ୍ରସ୍ତୁତ ହେଲା ବେଳେ ବିଡିଓ ବେବିତାମଞ୍ଜରୀ ନାୟକ ଓ ଜିଲ୍ଲା ପଦାଧିକାରୀ ଅଭିଯୋଗ ଶୁଣିବାକୁ ବସିଥିଲେ। କିନ୍ତୁ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତ ବାବଦରେ ୫0 ଲକ୍ଷ ହିସାବରେ ଅସ୍ତରଙ୍ଗ ବ୍ଲକକୁ ଆସିଥିବା ୭ କୋଟି ୫0 ଲକ୍ଷ ଟଙ୍କାର ଅନୁଦାନକୁ କାର୍ଯ୍ୟକାରୀ କରିବାକୁ ଯେଉଁ ତାଳିକା ପ୍ରସ୍ତୁତ କରାଯାଇଛି, ସେଥିରେ ବିଭିନ୍ନ ସ୍ଥାନର ସରପଞ୍ଚ, ସମିତିସଭ୍ୟ ଓ ୱାର୍ଡସଭ୍ୟ ଜାଣିନଥିବା ଓ ସମସ୍ତଙ୍କୁ ଅନ୍ଧାରରେ ରଖିବା ଅଭିଯୋଗ ହୋଇଛି। ଅସ୍ତରଙ୍ଗ ବ୍ଲକର ଆଇଡି ଓ ପାସୱାର୍ଡ ଚୋରି କରି ଯୋଜନା କାର୍ଯ୍ୟକାରୀ କରିବାକୁ ଉଦ୍ୟମ ହେବା ଜନପ୍ରତିନିଧି ଦାବି କରି ଅଭିଯୋଗ ଶୁଣାଣି ଆଗରେ ବସିରହିଛନ୍ତି। ଫଳରେ ଅଭିଯୋଗ ଶୁଣାଣିରେ ବନ୍ଦ ରହିବା ସମେତ ହୋହାଲ୍ଲା ଚାଲିଛି।