ଭିଜିଲାନ୍ସ ଜାଲରେ ଫସିଲେ ପୁରୀ ଡିଇଓ; ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ

ପୁରୀ: ପୁରୀର ମାଳତୀପାଟପୁର ବସ୍‌ଷ୍ଟାଣ୍ଡ୍‌ ନିକଟରେ ଡିଇଓ ହୃଷିକେଶ କାଣ୍ଡିଙ୍କୁ ଶନିବାର ଭିଜିଲାନ୍ସ ଟ୍ରାପ୍‌ କରିଛି। ତାଙ୍କୁ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଗିରଫ କରିଥିବା ଜାଣିବାକୁ ମିଳିଛି। ହୃଷିକେଶ କାଣ୍ଡି ସରକାରୀ ଗାଡ଼ିରେ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ଟ୍ରାପ୍‌ କରିଥିଲା। ଭିଜିଲାନ୍ସ ତାଙ୍କୁ ଅଟକାଇ ଗାଡ଼ି ସର୍ଚ କରିବାରୁ ୧ ଲକ୍ଷ ୧୧ ହଜାର ଟଙ୍କା ଗାଡ଼ି ଭିତରୁ ମିଳିଥିଲା।

ସାଥିରେ ନେଉଥିବା ଟଙ୍କାର ହୃଷିକେଶ ହିସାବ ଦେଇ ନପାରିବାରୁ ତାଙ୍କୁ ଗିରଫ କରାଯାଇ ଭୁବନେଶ୍ୱରର ଭିଜିଲାନ୍ସ କୋର୍ଟକୁ ନିଆଯାଇଛି। ଏବେ ତାଙ୍କ ଘର, ସରକାରୀ କାର୍ଯ୍ୟାଳୟ, ସରକାରୀ କ୍ୱାଟର ଆଦିରେ ଭିଜିଲାନ୍ସ ଚଢ଼ଉ ଜାରି ରଖିଥିବା ସୂଚନା ରହିଛି।

ସମ୍ବନ୍ଧିତ ଖବର