ପୁରୀ : ବିନା ପରୀକ୍ଷାରେ ଜେଲ୍‌ ମନା

ସ୍କ୍ରିନିଂରୁ ଧରାପଡିଲାଣି ୭ ପିଜିଟିଭ୍‌

ନୂଆ କଏଦୀଙ୍କୁ ବାଧ୍ୟତାମୂଳକ ପୃଥକବାସ
ବିଗିଡିଲେ ସମ୍ଭାଳି ହେବ ନାହିଁ
ଗୋଟିଏ ରୁମରେ ରହୁଛନ୍ତି ୨୦
୨୮ ରୁମରେ ରହୁଛନ୍ତି ୫୩୦

ପୁରୀ : କରୋନା ସମସ୍ତଙ୍କୁ କବଳିତ କରିଛି। ଜେଲ ଓ କଏଦୀ ମଧ୍ୟ ଏଥିରୁ ବାଦ ପଡିନାହାନ୍ତି। ଜେଲ କର୍ମଚାରୀ ଓ ଅନ୍ତେବାସୀମାନେ କରୋନାକୁ ନେଇ ଚିନ୍ତାରେ ଅଛନ୍ତି। ଗତ ୪ ମାସ ଭିତରେ ପୁରୀ ଜେଲକୁ ଆସିବା ପୂର୍ବରୁ ସ୍କ୍ରିନିଂରୁ ୭ ଜଣ ବିଚାରାନ କଏଦୀ କରୋନା ଆକ୍ରାନ୍ତ ହୋଇଛନ୍ତି। ଏମାନନଙ୍କ ମଧ୍ୟରୁ କିଛି ସୁସ୍ଥ ହେବା ପୂର୍ବରୁ ବେଲ ପାଇଥିବା ବେଳେ ଆଉ କିଛି ଜେଲ ଯାଇଛନ୍ତି। ତେବେ ସରକାରଙ୍କ କରୋନା କଟକଣାକୁ ଜେଲ କର୍ତୃପକ୍ଷ ଅକ୍ଷରେ ଅକ୍ଷରେ ପାଳନ କରୁଥିବା କହୁଛନ୍ତି।

ପୁରୁଣା ବିଚାରାଧୀନ ଓ ଦୋଷୀ କଏଦୀଙ୍କ ପାଇଁ ଚିନ୍ତା ନଥିବା ବେଳେ ନୂଆ କଏଦୀ ଚିନ୍ତା ବଢାଇଛନ୍ତି। ମାତ୍ର ପୁରୀ ଜେଲ ଅନ୍ତେବାସୀ କରୋନା ମୁକ୍ତ ରହିଛନ୍ତି। ପୁରୀ ଜେଲ କରୋନା କଟକଣାକୁ କଡାକଡି ପାଳନ କରାଯାଉଛି। ବିନା ପରୀକ୍ଷାରେ ପରୀକ୍ଷା ‌ଜେଲ ମନା କରାଯାଇଛି। ପୂର୍ବରୁ ରହୁଥିବା ଅନ୍ତେବାସୀ ‌ଯେମିତି ସଂକ୍ରମିତ ନ ହେବେ ସେଥିପାଇଁ ଏ ପ୍ରକାର ବ୍ୟବସ୍ଥା କରାଯାଇଛି। ବିନା ପରୀକ୍ଷାରେ କୌଣସି କଏଦୀଙ୍କୁ ଜେଲରେ ରହିବାକୁ ଅନମତି ମିଳୁନାହିଁ। ସାମାଜିକ ଦୂରତା ରକ୍ଷାଠାରୁ ଆରମ୍ଭ କରି କ୍ବାରେଣ୍ଟାଇନ ହୋମ ସହିତ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଛି। ତେବେ ଜେଲରେ ଗୋଟିଏ ରୁମରେ ୨୦ରୁ ଅଧିକ କଏଦୀ ରହୁଥିବାରୁ ଏଠାରେ ସାମାଜିକ ଦୂରତା ରକ୍ଷା କରାଯାଇପାରୁନାହିଁ। ଜେଲ କର୍ତୃପକ୍ଷ ସତର୍କତାର ସହିତ ଏହାର ମୁକାବିଲା କରୁଛନ୍ତି। ନୂଆ କଏଦୀଙ୍କ ପାଇଁ ପୃଥକବାସର ବ୍ୟବସ୍ଥ‌ା କରାଯାଇଛି।

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ ରୋଡର ଥିବା ପୁରୀ ଜେଲରେ ଆଜି ସୁଦ୍ଧା ୫୩୦ କଏଦୀ ରହୁଛନ୍ତି। ସେଥିରୁ ୯୨ଜଣ ଦୋଷୀ ସାବ୍ୟସ୍ତ ହୋଇଥିବ‌ା କଏଦୀ ଥିବା ବେଳେ ଅବଶିଷ୍ଟ ବିଚାରାଧୀନ କଏଦୀ ରହୁଛନ୍ତି। ପୁରୀ ଜେଲରେ ମୋଟ ୨୮ ପ୍ରକୋଷ୍ଠ ରହିଛି। ପ୍ରତି ପ୍ରକୋଷ୍ଠରେ ହାରାହାରି ୨୦ ଜଣ କଏଦୀ ରହିଲା ଭଳି ବ୍ୟବସ୍ଥା ହୋଇଛି। କଏଦୀଙ୍କ ସହିତ ୬୮ ଜଣ କର୍ମଚାରୀ ଏଠାରେ କାମ କରୁଛନ୍ତି। ସାମାଜିକ ଦୂରତାକୁ ଏଠାରେ ଗୁରୁତ୍ବ ଦିଆଯାଉଛି। ପ୍ରତି କଏଦୀଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ନୂଆକରି ଆସୁଥିବା କଏଦୀଙ୍କ ପାଇଁ ପୃଥକବାସ ବ୍ୟବସ୍ଥା ହୋଇଛି। ମେଡିକାଲ ନିକଟରେ ଏକ ଘରେ ନୂଆ କଏଦୀଙ୍କ ୭ ଦିନ ପାଇଁ ପୃଥକବାସରେ ବ୍ୟବସ୍ଥା କରାଯାଇଛି। ଜେଲ ଆସୁଥିବା କଏଦୀଙ୍କୁ ପ୍ରଥମେ ସେଠାରେ ରଖାଯାଉଛି।

ସମ୍ବନ୍ଧିତ ଖବର