ପୁରୀ ଲୋକସଭା ଆସନ : ବିଜେଡିି ଜନ୍ମରୁ ରଖିଛି କବ୍‌ଜାରେ, ପ୍ରାର୍ଥୀ ଖୋଜୁଛନ୍ତି କଂଗ୍ରେସ-ବିଜେପି

ପିନାକୀଙ୍କ ପାଇଁ ରହିଛି ହାଟ୍ରିକ ସୁଯୋଗ

ପୁରୀ, (ଗଦାଧର ପଣ୍ଡା): ରାଜ୍ୟର ପ୍ରମୁଖ (ଅସଂରକ୍ଷିତ) ଲୋକସଭା ଆସନ ପୁରୀ। ପୁରୀ ଜିଲ୍ଲାର ପୁରୀ, ସତ୍ୟବାଦୀ, ବ୍ରହ୍ମଗିରି, ପିପିଲି ଓ ନୟାଗଡ ଜିଲ୍ଲାର ରଣପୁର, ନୟାଗଡା, ଖୋର୍ଧା ଜିଲ୍ଲାର ଚିଲିକା ବିଧାନସଭା େକ୍ଷତ୍ରକୁ ନେଇ ଗଠିତ ଏହି ଆସନ ଗତ ୨୨ ବର୍ଷ େହବ ବିେଜଡି ଦଖଲରେ ରହିଛି। ୧୯୯୭ରେ ବିେଜଡି ଗଠନ ହେବା ଦିନରୁ ପୁରୀ ଲୋକସଭା ଆସନକୁ ଦଳ କବଜା କରି ରଖିଛି। େଶଷ ଥର ପାଇଁ କଂଗ୍ରେସ ୧୯୯୬ରେ ଏହି ଆସନ ଦଖଲ କରିଥିଲା।

ବିଜେପି ମଧ୍ୟ ଏଠାରେ ସବୁବେଳେ ନିରାଶ ହୋଇଛି। ଗତ ୧୯୯୮, ୯୯ ଓ ୨୦୦୪ରେ ଲୋକସଭା ନିର୍ବାଚନରେ ବ୍ରଜ କିଶୋର ତ୍ରିପାଠୀ ବିଜେଡିରୁ ସାଂସଦ ହୋଇଥିଲେ। ଶ୍ରୀ ତ୍ରିପାଠୀଙ୍କୁ ଦଳ ଦୂରେଇ ଦେବା ପରେ ୧୯୯୬ରେ ପ୍ରଥମଥର ପାଇଁ ସାଂସଦ େହାଇଥିବା ପିନାକୀ ମିଶ୍ର ଦଳ ବଦଳ କରି ଅର୍ଥାତ କେଂଗ୍ରସ ଛାଡି ବିଜେଡିିରେ ମିଶିଥିଲେ। ଶ୍ରୀ ମିଶ୍ର ୨୦୦୯ରେ ବିେଜଡିରୁ ପ୍ରାର୍ଥୀ ହୋଇ ସାଂସଦ ହୋଇଥିଲେ। ସେ ବର୍ଷ କେଂଗ୍ରସର ଦେବେନ୍ଦ୍ର ନାଥ ମାନସିଂହଙ୍କୁ ପରାସ୍ତ କରିଥିଲେ। ସେହିଭଳି ୨୦୧୪ରେ କଂଗ୍ରେସର ସୁଚରିତା ମହାନ୍ତିଙ୍କୁ ପରାସ୍ତ କରିଥିଲେ ପିନାକୀ। ପିନାକୀଙ୍କ ପାଇଁ ୨୦୧୯ରେ ହାଟ୍ରିକ ସୁଯୋଗ ରହିଛି।

୨୦୧୪ ନିର୍ବାଚନରେ ପୁରୀ ଲୋକସଭ‌ା ଅଧୀନରେ ଥିବା ସମସ୍ତ ୭ଟି ବିଧାନସଭା ମଧ୍ୟରୁ ୬ଟି ବିଜେଡି ଦଖଲରେ ରହିଛି। ପୁରୀ ଜିଲ୍ଲାର ୪ ଓ ନୟାଗଡର ଦୁଇଟି ଆସନରେ ବିଜେଡି ବିଜୟୀ ହୋଇଥିବା ବେଳେ କେବଳ ଚିଲିକା ଆସନଟି ବିଜେପି ଦଖଲରେ ରହିଛି। ସେହି ଦୃଷ୍ଟିରୁ ପୁରୀ ଲୋକସଭା ଆସନ ବିଜେଡି ଗଡ ହୋଇ ରହିଛି।

ଏଣୁ ବିଜେଡିିକୁ ଟକ୍କର ଦେବା ପାଇଁ ବିଜେପି ଓ କଂଗ୍ରେସ ଜଣେ ଯୋଗ୍ୟ ପ୍ରାର୍ଥୀ ସନ୍ଧାନରେ ରହିଛନ୍ତି। ଚଳିତ ବର୍ଷ ପୁରୀ ଲୋକସଭା ଆସନରୁ ବିଜେଡିରୁୁ ପିନାକୀ ମିଶ୍ର ପ୍ରମୁଖ ଦାବିଦ‌ାର ଥିବ‌ା ବେଳେ ବିଜେପିରୁ ଏ ଯାଏ ପ୍ରାର୍ଥୀ ଭାବେ କାହାର ନାମ ଚୂଡାନ୍ତ ହୋଇପାରୁନାହିଁ। ପୁରୀରୁ ଲଢିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ କଥା ଉଠାଇ ଦଳ ଚୁପ ବସିଛି। ତେବେ ପୁରୀ ଆସନରୁ ବିଶିଷ୍ଟ ସ୍ତ୍ରୀ ରୋଗ ବିେଶଷଜ୍ଞ ଡାକ୍ତର ବସନ୍ତ ପତି, ଗୁଜୁରାଟର ପୂର୍ବତନ ଡିଜି ତଥା ଅହମ୍ମଦ‌ାବାଦର ପୂର୍ବତନ ପୁଲିସ କମିସନର ପୁରୀର ମୂଳବାସିନ୍ଦା ଯୋେଗଶ୍ବର ମହାପାତ୍ରଙ୍କ ନାମ ମଧ୍ୟ ର୍ଚଚ୍ଚାରେ ରହିଛି। ପ୍ରଧାନମନ୍ତ୍ରୀ ବିଶ୍ବସ୍ତ ଶ୍ରୀ ମହାପାତ୍ରଙ୍କୁ ପୁରୀ ସୁଯୋଗ ମିଳିବ ବୋଲି କୁହାଯାଉଛି। ସେହିଭଳି କେଂଗ୍ରସରୁ ଗତଥର ପ୍ରାର୍ଥୀ ହୋଇଥିବା ସୁଚରିତା ମହାନ୍ତି, କଂଗ୍ରେସ କିଷାନ ସେଲ ଅଧ୍ୟକ୍ଷ ଅମୀୟ ପଟ୍ଟନାୟକ, ଆଇନଜୀବୀ ଜୟ ନାରାୟଣ ପଟ୍ଟନାୟକ ପ୍ରମୁଖ ଆଶାୟୀ ତାଲିକାରେ ରହିଛନ୍ତି।

(ପୁରୀ ଲୋକସଭା)୨୦୧୪ ନିର୍ବାଚନ ଫଳାଫଳ

ଦଳ            ପ୍ରାର୍ଥୀ                  ଭୋଟ
ବିଜେଡି     ପିନାକୀ ମିଶ୍ର        ୫୨୩୧୬୧
କଂଗ୍ରେସ   ସୁଚରିତା ମହାନ୍ତି    ୨୫୯୮୦୦
ବିଜେପି     ଅଶୋକ ସାହୁ     ୨୧୫୭୩୬

ସମ୍ବନ୍ଧିତ ଖବର