ପୁରୀ: ଲକଡାଉନ୍ ସମୟରେ ବି ଗଞ୍ଜେଇ ଚେରାଚାଲାଣ ବନ୍ଦ ହେଉନାହିଁ। ଆଜି ସକାଳେ ପୁରୀକୁ ଗଞ୍ଜେଇ ନେଇ ଆସୁଥିବା ବେଳେ ଅବକାରୀ ବିଭାଗ ହାତରେ ଧରାପଡ଼ିଛନ୍ତି ଜଣେ ଚେରାଚାଲାଣକାରୀ।
ପ୍ରାପ୍ତ ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ଅନ୍ତର୍ଗତ ନିମାପଡ଼ା ଥାନାର ନଅନ୍ତରା ଗାମର ଦେବାଶିଷ ସ୍ବାଇଁ ନାମକ ଜଣେ ଯୁବକ ଏକ କାରରେ ୪୪ କିଲୋଗ୍ରାମ୍ ଗଞ୍ଜେଇ ନେଇ ଆସୁଥିଲେ। ତାଙ୍କୁ ଷଣ୍ଢପୁର ନିକଟରେ ପୁରୀ ଅବକାରୀ ବିଭାଗ ଧରିଥିଲା। ପୂର୍ବରୁ କୌଣସି ସୂତ୍ରରୁ ଖବର ପାଇ ଉକ୍ତ କାରକୁ ଅଟକାଇଥିଲେ ଅବକାରୀ ବିଭାଗର ସ୍କ୍ବାଡ୍।
ଦେବାଶିଷ ସ୍ବାଇଁଙ୍କଠାରୁ ୪୪ କିଲୋଗ୍ରାମ୍ ଗଞ୍ଜେଇ ଜବତ କରାଯାଇଥିବା ବେଳେ ବ୍ୟବହୃତ କାରଟି ବି ଜବତ ହୋଇଛି। ଏଥିରେ ଅବକାରୀ ବିଭାଗର ବିକାଶ କୁମାର ନାୟକ, ବନ୍ଦନା ପଟ୍ଟନାୟକ, ସନ୍ତୋଷ କୁମାର ନାୟକ, ପ୍ରଦୀପ୍ତ କୁମାର ପଣ୍ଡା ଓ ଅଭିଜିତ ପ୍ରଧାନ ପ୍ରମୁଖ ଚଢାଉ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/puri09.jpg)