ପୁରୀ: ଶାରଦୀୟ ଦୁର୍ଗାପୂଜା ଅବସରରେ ଶ୍ରୀକ୍ଷେତ୍ରର ହରଚଣ୍ଡୀ ସାହିରେ ବାରବାଟୀ ଜାଗାରେ ପୂଜା ପାଉଛନ୍ତି ବାରବାଟୀ ଠାକୁରାଣୀ। ଜହ୍ନିମୁଣ୍ଡିଆ ଜହ୍ନିଖାଇଙ୍କ ଭଳି ବାରବାଟୀରେ ମା’ଙ୍କ ବିଶାଳକାୟ ମୂର୍ତି ହିଁ ଶ୍ରଦ୍ଧାଳୁଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ପ୍ରାଚୀନ ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ମା’ ବିରାଜମାନ କରି ଆସୁଥିବା ବେଳେ ଏଠାରେ ବି ଅଷ୍ଟମୀରେ ସଙ୍କୁଡ଼ି ଭୋଗରେ ଆମିଷ ଭୋଗ କରାଯାଏ। ଖେଚେଡ଼ି, ଘିଅଅନ୍ନ, ମିଷ୍ଟାନ୍ନ, ଦହି ପଖାଳ, ମିଠା ଡାଲି, କଖାରୁ ସାକର, ମାଛ ବେସର, ଚିଙ୍ଗୁଡ଼ି ମହୁର, ଖିରି ଆଦି ଭୋଗ କରାଯାଏ। ଅନ୍ୟ ଦେବୀଙ୍କ ଭଳି ମା’ ବାରବାଟୀ ଗୋସାଣି ଯାତରେ ସାମିଲ୍ ହୁଅନ୍ତି।
ପ୍ରାଚୀନ ଲକ୍ଷ୍ମୀ ନୃସିଂହ ମନ୍ଦିର ସମ୍ମୁଖରେ ମା’ ବିରାଜମାନ କରି ଆସୁଥିବା ବେଳେ ଏଠାରେ ବି ଅଷ୍ଟମୀରେ ସଙ୍କୁଡ଼ି ଭୋଗରେ ଆମିଷ ଭୋଗ କରାଯାଏ। ଖେଚେଡ଼ି, ଘିଅଅନ୍ନ, ମିଷ୍ଟାନ୍ନ, ଦହି ପଖାଳ, ମିଠା ଡାଲି, କଖାରୁ ସାକର, ମାଛ ବେସର, ଚିଙ୍ଗୁଡ଼ି ମହୁର, ଖିରି ଆଦି ଭୋଗ କରାଯାଏ।
ମା’ ଶୂନ୍ୟଗୋସାଣୀ
ମାଟିମଣ୍ଡପ ସାହି ଉତ୍ତରକାଳୀଙ୍କ ସମ୍ମୁଖରେ ଶୂନ୍ୟରେ ମହିଷାସୂରକୁ ମାରୁଥିବା ସ୍ବରୂପରେ ମହାମାୟୀ ପୂଜା ପାଇ ଆସୁଛନ୍ତି। ସେଥିପାଇଁ ମା’ ଶୂନ୍ୟଗୋସାଣି ନାମରେ ପୂଜା ପାଇ ଆସୁଛନ୍ତି। ମା’ ଶୂନ୍ୟଗୋଷାଣି ମଧ୍ୟ ପରମ ବୈଷ୍ଣବୀ। ତେଣୁ ଏଠାରେ କେବଳ ଶିତଳ ଭୋଗ ଅନୁଷ୍ଠିତ ହୁଏ। ଫଳ ଓ ଚୁଡ଼ାଘସା ଭୋଗ କରାଯାଏ। ଏକାଦଶୀରେ ମା’ ବିସର୍ଜନ ପାଇଁ ଯିବା ପୂର୍ବରୁ ପାଣିକଖାରୁ ବଳି ଦେବାର ପ୍ରଥା ରହିଛି।
ସର୍ବତ୍ର ମହିଷାମର୍ଦ୍ଦିନୀ ଦୁର୍ଗା ଦେବୀ ରୂପେ ପୂଜା ପାଉଥିବା ବେଳେ ଶ୍ରୀକ୍ଷେତ୍ରରେ ବୃହତାକାୟ ବିଗ୍ରହ ଗୋସାଣୀ ଭାବେ ପୂଜା ପାଇ ଆସୁଛନ୍ତି। ମା’କାକୁଡ଼ିଖାଇ, ଜହ୍ନିମୁଣ୍ଡିଆ ଜହ୍ନିଖାଇ, ବାଲିସାହି ଜହ୍ନିଖାଇ, ମା’ ଶୂନ୍ୟଗୋସାଣୀ, ବନଦୁର୍ଗା, ଶିତଳା, ପଣାପ୍ରିୟା, ହରଚଣ୍ଡୀ, ତ୍ରିପୂରା ସୁନ୍ଦରୀ, ଚକ୍ରକୂଟ, ଗେଲବାଈ, ହାଡ଼ବାଈ, ମହନ୍ତେଶ୍ବରୀ, ବେଲବାଈ, ଭୋଗଯାଗା, ଶଙ୍ଖେଶ୍ବରୀ ଦେବୀ ରୂପରେ ପୂଜା ପାଇବେ। ଶ୍ରୀକ୍ଷେତ୍ରରେ ୨୬ଟି ସ୍ଥାନରେ ଦେବୀଙ୍କୁ ପୂଜା କରାଯାଉଥିବା ବେଳେ ବାଲିସାହି, ହରଚଣ୍ଡୀ ସାହି ସମେତ ବିଭିନ୍ନ ସ୍ଥାନରେ ନାଗା ପୂଜନର ବିଧି ପ୍ରଚଳିତ ହୋଇ ଆସୁଛି।
Durga Puja | puri