କରୋନା ସଂକ୍ରମଣ ବଢୁଥିବାରୁ ରବିବାର ଦର୍ଶନ ବନ୍ଦ ରଖି ବିଶୋଧନ କରାଗଲା ଶ୍ରୀମନ୍ଦିର

ପୁରୀ: ସାନିଟାଇଜ୍ ହେଉଛି ପୁରୀ ଶ୍ରୀମନ୍ଦିର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଜି ଶ୍ରୀମନ୍ଦିରର ଭିତର ଓ ବାହାର ପରିସରକୁ ବିଶୋଧନ କରାଯାଉଛି । ଶ୍ରୀମନ୍ଦିରର ଚାରିଦ୍ୱାର, ଜୋତା ଷ୍ଟାଣ୍ଡ, କିଓସ୍କ, ବ୍ୟାରିକେଡ ଓ ଅନ୍ୟ ସବୁ ସ୍ଥାନକୁ ବିଶୋଧନ କରାଯାଉଛି । ଆସନ୍ତା ୨୪ ତାରିଖରୁ ଶନିବାର ଓ ରବିବାର ଉଭୟ ଦିନ ଶ୍ରୀମନ୍ଦିରର ଦର୍ଶନ ବନ୍ଦ ରହିବ । ହେଲେ ପୂର୍ବ ନୀତି ଅନୁସାରେ ଆଜି ଭକ୍ତଙ୍କ ପାଇଁ ଦର୍ଶନ ବନ୍ଦ ରହିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତାକାଲିଠୁ ଶ୍ରୀମନ୍ଦିର ପ୍ରସାଶନ ଦ୍ୱାରା ପ୍ରସ୍ତୁତ ନୂଆ ଏସଓପି ଲାଗୁ କରାଯିବ ।
ରାଜ୍ୟରେ ପ୍ରତ୍ୟେକ ଦିନ ଯେଉଁଭଳି ଭାବେ କରୋନା ସଂକ୍ରମଣ ବଢ଼ିଚାଲିଛି । ତାହାକୁ ଦୃଷ୍ଟିରେ ରଖି ପୁରୀରେ କଟକଣା କଡ଼ାକଡ଼ି ହୋଇଛି । ପୂର୍ବରୁ ରବିବାର ଶ୍ରୀମନ୍ଦିର ବନ୍ଦ ରହୁଥିବା ବେଳେ ଏବେ ଶନିବାର ଦିନ ମଧ୍ୟ ଶ୍ରୀମନ୍ଦିରକୁ ବନ୍ଦ କରାଯାଇଛି । ଅର୍ଥାତ ସପ୍ତାହରେ ଦୁଇ ଦିନ ଶନି ଏବଂ ରବିବାର ଶ୍ରୀମନ୍ଦିର ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି ।

ସମ୍ବନ୍ଧିତ ଖବର