ପ୍ରାୟ ୭ ହଜାର ଦିଆସିଲି କାଠିରେ ପ୍ରସ୍ତୁତ କଲେ କାଳିଆ ଠାକୁରଙ୍କ ମୂର୍ତ୍ତି, ଶ୍ରୀମନ୍ଦିର ଖୋଲିବା ପାଇଁ ଯୁବକଙ୍କ ଭିନ୍ନ ଢଙ୍ଗରେ ଦାବି

ପୁରୀ: କରୋନା କଟକଣା ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର | ଆଉ ମନ୍ଦିର ଖୋଲିବାକୁ ଭକ୍ତଙ୍କ ସମେତ ବୁଦ୍ଧିଜୀବୀ ସରକାରଙ୍କ ନିକଟରେ ଦାବି କରୁଛନ୍ତି | ଏହାରି ଭିତରେ ପୁରୀର ଏମିତି ଜଣେ ଶିଳ୍ପୀ ସାମ୍ନାକୁ ଆସିଛନ୍ତି ଯିଏ ନିଜ କଳାକୃତି ମାଧ୍ୟମରେ ମନ୍ଦିର ଖୋଲିବାକୁ ଭିନ୍ନ ଢଙ୍ଗରେ ଦାବି ଉପସ୍ଥାପନ କରିଛନ୍ତି | ପୁରୀ କୁମ୍ଭାରପଡ଼ାରେ ରହନ୍ତି ଶାଶ୍ୱତ ରଞ୍ଜନ ସାହୁ | ଯୁକ୍ତ ୩ରେ ପାଠ ପଢ଼ୁଥିବା ଶାଶ୍ୱତ ପ୍ରାୟ ୭ ହଜାର ଦିଆସିଲି କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତି ନିର୍ମାଣ କରିଛନ୍ତି |

ଶାଶ୍ୱତ ମୂର୍ତ୍ତି ନିର୍ମାଣ ପାଇଁ ୭୮୮୧ ଦିଆସିଲି କାଠି ବ୍ୟବହାର କରିଥିବାବେଳେ ଏଥିପାଇଁ ତାଙ୍କୁ ୨୧ ଦିନ ସମୟ ଲାଗିଛି | ଏହି ମୂର୍ତ୍ତିର ଓସାର ୧୭ ଇଞ୍ଚ ହୋଇଥିବା ବେଳେ ଚଉଡା ୧୫ ଇଞ୍ଚ ରହିଛି | ଶାଶ୍ୱତ କହିଛନ୍ତି ଯେ ଏହି ମୂର୍ତ୍ତି ନିର୍ମାଣ କରି ସେ ଜଣାଇବାକୁ ଚାଁହୁଛନ୍ତି ଯେ ଅନ୍ୟ ମନ୍ଦିର ଖୋଲାଯାଇଥିବା ବେଳେ ପୁରୀ ଶ୍ରୀମନ୍ଦିର ଖୋଲାଯାଇନାହିଁ | ଯାହାକି ଶତାଧିକ ଭକ୍ତଙ୍କୁ ନିରାଶ କରୁଛି | ସେହିପରି ଶାଶ୍ୱତ ଇଣ୍ଡିଆ ବୁକ ଅଫ ରେକର୍ଡ ପାଇଁ ମଧ୍ୟ ଆବେଦନ କରିଛନ୍ତି |

Sambad English

ସୂଚନା ଥାଉ କି ଶ୍ରୀ ମନ୍ଦିର ଖୋଲାଯିବା ପ୍ରସଙ୍ଗରେ ପ୍ରଶାସନ ପକ୍ଷରୁ ପରିଚାଳନା କମିଟି ସଦସ୍ୟ, ଛତିଶାନିଯୋଗ ଓ ବୁଦ୍ଧିଜୀବୀଙ୍କ ସହ ଆଲୋଚନା କରାଯାଇଥିଲା | କୌଣସି ପରିସ୍ଥିତିରେ କାର୍ତ୍ତିକ ମାସ ପୂର୍ବରୁ ଶ୍ରୀମନ୍ଦିର ଖୋଲା ନଯାଉ। କାର୍ତ୍ତିକ ମାସ ‌ଶେଷ ପରେ କଟକଣା ଭିତରେ ଶ୍ରୀମନ୍ଦିର ଖୋଲିବା କଥା ଚିନ୍ତା କରାଯାଉ ବୋଲି ପରିଚାଳନା କମିଟି ସଦସ୍ୟ, ଛତିଶାନିଯୋଗ ଓ ବୁଦ୍ଧିଜୀବୀ ଯୁକ୍ତି ବାଢ଼ିଥିଲେ। ତେବେ କୋଭିଡ୍‌ କଟକଣା ଭିତରେ ସୀମିତ ସଂଖ୍ୟକ ଭକ୍ତ ପ୍ରବେଶ ସପକ୍ଷରେ କିଛି ଲୋକ ମଧ୍ୟ ମତ ରଖିଥିଲେ ।

ସମ୍ବନ୍ଧିତ ଖବର