ଗୋପ: ନିମ୍ନ ମାନର ଦୁଗ୍ଧଜାତ ସାମଗ୍ରୀ ଉତ୍ପାଦନ କରିବା ଓ ପରିବେଶ ପ୍ରଦୂଷଣ କରୁଥିବା ଅଭିଯୋଗ ପାଇ ଆଜି ରାଜ୍ୟ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଅଚାନକ ଗୋପ ବ୍ଲକ ସାରଡ଼ା ନିକଟସ୍ଥ ମିଲ୍କ ମୁଁ ଘରୋଇ ଦୁଗ୍ଧ ପ୍ରକ୍ରିୟାକରଣ ଫ୍ୟାକ୍ଟ୍ରି ପରିଦର୍ଶନ କରି ଦୁଗ୍ଧଜାତ ଉତ୍ପାଦିତ ସାମଗ୍ରୀର ମାନ ସଂଗ୍ରହ କରିଛନ୍ତି। ଫ୍ୟାକ୍ଟ୍ରି ଦ୍ୱାରା ପ୍ରଦୂଷଣ ଅଭିଯୋଗ ପ୍ରମାଣିତ ହେଲେ ବା ଉତ୍ପାଦିତ ସାମଗ୍ରୀର ମାନ ପରୀକ୍ଷାରେ ଠିକ ନ ଥିଲେ ଫାକ୍ଟ୍ରି କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍ତି।

Advertisment

ଏଥିସହ ରାଜ୍ୟକୁ ପଶ୍ଚିମବଙ୍ଗରୁ ଆଳୁ ଆମଦାନୀ ସ୍ୱାଭାବିକ ହୋଇଛି ରାଜ୍ୟରେ ଆଳୁ ଦର ନିୟନ୍ତ୍ରଣରେ ଥିବା କହିଛନ୍ତି।