ଆଜି ରଥ ଆଜ୍ଞାମାଳ ବିଜେ

ପୁରୀ : ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପରେ ରବିବାର ତିନି ରଥରେ ଶ୍ରୀଜିଉଙ୍କ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି। ନୀତି ନିର୍ଘଣ୍ଟ ଅନୁଯାୟୀ, ଆଜି ମହାପ୍ରଭୁଙ୍କ ଗୋପାଳବଲ୍ଲଭ ଓ ସକାଳଧୂପ ସାଢ଼େ ୮ଟା ସୁଦ୍ଧା ଶେଷ ହେବ। ସକାଳ ୮ଟା ୪୫ରେ ରଥକୁ ଆଜ୍ଞାମାଳ ବିଜେ ନୀତି ଅନୁଷ୍ଠିତ ହେବ। ଆଜ୍ଞାମାଳ ବିଜେ ପରେ ତିନି ରଥର ଚକ ଓ ଅଖରେ ତୈଳ ଲାଗି ହେବ। ପରେ ତିନି ରଥକୁ ସିଂହଦ୍ବାର ଚକଡ଼ାକୁ ନିଆଯିବ।

ସମ୍ବନ୍ଧିତ ଖବର