ପୁରୀ : ପବିତ୍ର ଅକ୍ଷୟ ତୃତୀୟାରେ ଆରମ୍ଭ ହୋଇଥିବା ରଥ ନିର୍ମାଣ କାର୍ଯ୍ୟକୁ ଆଜି ୬ ଦିନ ପୂରିଛି। ରଥ ନିର୍ମାଣ କାର୍ଯ୍ୟର ଷଷ୍ଠ ଦିନରେ ୮ଟି ତୁମ୍ବ ପ୍ରସ୍ତୁତ ହୋଇଥିବା ବେଳେ ଏହା ମଧ୍ୟରେ ତାଳଧ୍ୱଜ ରଥର ୩ଟି, ନନ୍ଦିଘୋଷ ରଥର ୩ଟି ଓ ଦର୍ପଦଳନ ରଥର ୨ଟି ତୁମ୍ବ ରହିଛି। ତିନିଟି ରଥ ପାଇଁ ମୋଟ ୪୨ଟି ତୁମ୍ବ ଆବଶ୍ୟକ ଥିବାବେଳେ ଆଜି ସୁଦ୍ଧା ୨୫ଟି ତୁମ୍ବର କାମ ଶେଷ ହୋଇଛି। ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର, ବଡଠାକୁରଙ୍କ ତାଳଧ୍ୱଜ ରଥର ମୁଖ୍ୟ ବିଶ୍ୱକର୍ମା ନରସିଂହ ମହାପାତ୍ର ଏବଂ ମା ସୁଭଦ୍ରାଙ୍କ ଦର୍ପଦଳନ ରଥର ମୁଖ୍ୟ ବିଶ୍ୱକର୍ମା କୃଷ୍ଣଚନ୍ଦ୍ର ମହାରଣାଙ୍କ ତତ୍ତ୍ୱାବଧାନରେ ତିନି ରଥ ପାଇଁ ମହାରଣା, କରତି ଓ ଭୋଇ ସେବକମାନେ ରଥକାମରେ ନିୟୋଜିତ ହୋଇଛନ୍ତି। ଆସନ୍ତା ୨୮ ତାରିଖରେ ନୃସିଂହ ଜନ୍ମ। ରଥ ସଂହିତା ଅନୁଯାୟୀ, ଏହି ଦିନ ରଥର ଗୁଜ କାମ ଆରମ୍ଭ ହେବ ବୋଲି ମୁଖ୍ୟ ବିଶ୍ୱକର୍ମାମାନେ କହିଛନ୍ତି।
ରଥ ଖଳା ହାଲଚାଲ : ୪୨ରୁ ସରିଲା ୨୫ ତୁମ୍ବ
/sambad/media/post_attachments/wp-content/uploads/2018/04/ratha-khala-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)