ପୁରୀ : ରଥ ନିର୍ମାଣ କାର୍ଯ୍ୟର ଶେଷ ପର୍ଯ୍ୟାୟ କାମ ଏବେ ଆଗେଇ ଚାଲିଛି। ଗତକାଲି ତିନି ରଥ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନରେ ହଂସପଟା ବାଡ଼ିଆ କାମ ଶେଷ ପରେ ଆଜି ଶିଖ ଡମ୍ବୁରୁ ବାଡ଼ିଆ କାମ ଶେଷ ହୋଇଛି। ମହାରଣା ସେବକ ଓ ଭୋଇ ସେବକମାନେ ଆଜି ତିନି ରଥରେ ଶିଖ ଡମ୍ବୁରୁ ବାଡ଼ିଆ କାମ ଶେଷ କରିଛନ୍ତି। ସେହିପରି ପୂର୍ବରୁ ରଙ୍ଗ ଦିଆ ସରିଥିବା ପାର୍ଶ୍ୱ ଦେବାଦେବୀଙ୍କୁ ଆଜି ତିନି ରଥରେ ସଂଯୋଗ କରାଯାଇଛି। ଗୋଟିଏ ରଥରେ ଦୁଇ ଦ୍ଵାରପାଳ ରହିଥାନ୍ତି। ଏପରି ତିନି ରଥରେ ୬ ଦ୍ଵାରପାଳ ଲାଗିଥାନ୍ତି। ଗତକାଲି ଏହି ଦ୍ଵାରପାଳ ରଙ୍ଗ ସରିବା ଆଜି ଏହାକୁ ତିନି ରଥରେ ସଂଯୋଗ କରାଯାଇଛି। ବାକି କାମ ଖୁବ୍ଶ୍ରୀଘ୍ର ଶେଷ କରିବାକୁ ମହାରଣା ଓ ଭୋଇ ସେବକମାନେ ତତ୍ପରତା ଦେଖାଇଛନ୍ତି। ସେପଟେ ଚିତ୍ରକାର ଓ ରୂପକାର ସେବକମାନେ ବି ସେମାନଙ୍କ କାମକୁ ଆଗେଇ ନେଉଛନ୍ତି। ତିନି ରଥରେ ରଙ୍ଗ କାମ ଜୋରସୋରରେ ଚାଲିଛି। କମାର ସେବକମାନେ ବି ଲୌହ ସାମଗ୍ରୀ ପ୍ରସ୍ତୁତିକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି।
ରଥ ଖଳା ହାଲ୍ଚାଲ୍ : ସରିଲା ଶିଖ ଡମ୍ବୁରୁ ବାଡ଼ିଆ, ପାର୍ଶ୍ୱ ଦେବାଦେବୀ ସଂଯୋଗ
/sambad/media/post_attachments/wp-content/uploads/2018/07/ratha-r-lagila-parswadebata.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)