ପୁରୀ : ରଥ ନିର୍ମାଣ ପାଇଁ ଚଳଚଞ୍ଚଳ ହୋଇ ଉଠିଥିବା ରଥଖଳାରେ ଆଜି ତିନି ରଥର ଦୁଆର କାମ ଶେଷ ହୋଇଛି। ତିନି ରଥ ପାଇଁ ଚାରିଟି ଲେଖା ୧୨ଟି ଦୁଆର ନିର୍ମାଣ ବିଧି ରହିଥିବାବେଳେ ଆଜି ଏହି ନିର୍ମାଣ କାର୍ଯ୍ୟ ଶେଷ କରିଛନ୍ତି ମହାରଣା ସେବକ। ତିନି ରଥର ଦୁଆର କାମ ଶେଷ ପରେ ଏଥିରେ ଚିତ୍ରକର ସେବକମାନେ ରଙ୍ଗ ଦେବା କାମକୁ ବି ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ନୃସିଂହଙ୍କ ସାଙ୍ଗକୁ ଦୁଇ ସଖୀ ଏହି ଦୁଆର ବନ୍ଧରେ ଶୋଭା ପାଉଛନ୍ତି। ଚିତ୍ରକର ସେବକମାନେ ରଙ୍ଗର ତୂଳୀରେ ଅତି ନିଖୁଣତାର ସହ ଏହାକୁ ଚିତ୍ରଣ କରିଛନ୍ତି। ଦୁଆରବନ୍ଧ ପାଇଁ ଆବଶ୍ୟକ କାଠ ଭୋଇ ସେବକମାନେ ଯୋଗାଇଦେବା ପରେ ମହାରଣା ସେବକମାନେ ଏହି କାର୍ଯ୍ୟକୁ ଆଗେଇ ନେଇଥିଲେ। ଏହାସହ ଆଜି ତିନି ରଥର ଶୀର୍ଷରେ ୧୨ ପରସ୍ତ ପୋଟଳ ସଂଯୋଗ କରାଯାଇଛି। ଏହାବାଦ ପାରାଭାଡ଼ି, ଖପୁରୀ, କତରା, ପ୍ରଭା କାମ ଶେଷ ହୋଇଛି। ଆଜି ପାରାଭାଡ଼ି, ଖପୁରୀ, କତରା ସଂଯୋଗ କାମ ବି ସରିଛି। ଆଗିଆଣି ଓ ପଛିଆଣି ହୋଇ ତିନି ରଥର ୪ଟି ଲେଖା କତରା ବାଡ଼ିଆ ଶେଷ ହୋଇଛି। ତିନିରଥର ଚାରିପଟେ ପଟା ବାଡ଼ିଆ କାମ ବି ଶେଷ ହୋଇଛି। ବେଦୀ ସିଂହାସନ ପାଇଁ ତିନି ରଥକୁ କାଠ ଉଠିଛି। ଆସନ୍ତାକାଲି ତିନି ରଥର ଦୁଆର ସଂଯୋଗ କାମ ଶେଷ ହେବ। ସେପଟେ ରୂପକାର ସେବକ, ଚିତ୍ରକର ସେବକ ଅନ୍ୟାନ୍ୟ କାମକୁ ଆଗେଇ ନେଇଛନ୍ତି। ଓଝା ସେବକମାନେ ଦୋଳବେଦି କମାରଶାଳରେ କଣ୍ଟା କାମକୁ ଆଗେଇ ନେଇଛନ୍ତି। ଦର୍ଜୀ ସେବକମାନେ ବି ରଥକନା କାମକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇଛନ୍ତି। ରଥଯାତ୍ରାକୁ ଆଉ ୪ ଦିନ ବାକି ଥିବାବେଳେ ଏହାର ଦିନକ ପୂର୍ବରୁ ରଥ ନିର୍ମାଣ କାର୍ଯ୍ୟ ଶେଷ ହେବ। ଏ ନେଇ ସବୁ ସେବକମାନେ ଦିନରାତି ଏକ କରି ଦେଇଛନ୍ତି।
ରଥଖଳା ଚଳଚଞ୍ଚଳ : ସରିଲା ଦୁଆର କାମ, ସଂଯୋାଗ ହେଲା ପାରାଭାଡ଼ି
/sambad/media/post_attachments/wp-content/uploads/2019/07/ratha-ra-duarabedha-ku-ranga-karajauchi-2.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)