ପୁରୀ: ଏଣିକି ପୂରା ରାଜ୍ୟର ଭକ୍ତ ପାଇପାରିବେ ମହାପ୍ରଭୁଙ୍କ ମହାପ୍ରସାଦ

ପୁରୀ: ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ କୋଭିଡ ସଂକ୍ରମଣ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେଉଛି । ଏହାକୁ ଦୃଷ୍ଟିରେ ରଖି ମହାପ୍ରସାଦ ବିତରଣ ଉପରେ ହଟାଯାଇଛି କଟକଣା । ଏଣିକି ଜିଲ୍ଲା ବାହାରର ତଥା ରାଜ୍ୟର ସମସ୍ତ ଅଞ୍ଚଳର ଭକ୍ତ ମହପ୍ରସାଦ ପାଇପାରିବେ। ମହାପ୍ରସାଦ ପାଇଁ ଭକ୍ତମାନେ ବରାଦ ଦେଇପାରିବେ । ତା’ସହିତ କାର୍ତ୍ତିକ ମାସରେ ମହାପ୍ରସାଦ ଯୋଗାଇବା ପାଇଁ ଏହି ନିଷ୍ପତ୍ତି ହୋଇଛି ।
ସୁଆର ମହାସୁଆର ନିଯୋଗ ସହ ମୁଖ୍ୟ ପ୍ରଶାସକ କ୍ରିଷନ କୁମାର ଏ ନେଇ ଆଲୋଚନା କରିଥିଲେ । ଏଥିରେ ହୋଇଥିବା ନିଷ୍ପତ୍ତି ଅନୁସାରେ ହବିଷ୍ୟାଳିମାନଙ୍କ ଲାଗି ଉତ୍ତର ଦ୍ୱାର ଓ ଦକ୍ଷିଣ ଦ୍ୱାର ପଟେ ବିକ୍ରି ହେବ ମହାପ୍ରସାଦ। ସେହିଭଳି ଡିସେମ୍ବର ପ୍ରଥମ ସପ୍ତାହରେ ଖୋଲା ଯାଇପାରେ ଶ୍ରୀମନ୍ଦିର ।
ଏ ନେଇ ସେବାୟତଙ୍କ ସହ ଆଲୋଚନା ହୋଇଛି । ସେହିଭଳି ପତିତପାବନଙ୍କୁ ଦର୍ଶନ ପାଇଁ ଅରୁଣ ସ୍ତମ୍ଭ ଯାଏଁ ଭକ୍ତଙ୍କୁ ଯିବାକୁ ଅନୁମତି ଦେବାକୁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ଲୋକଙ୍କ ମତାମତକୁ ଭିତ୍ତିକରି ଏହି ପ୍ରସ୍ତାବ ଦିଆଯାଇଛି ।
ସମ୍ବନ୍ଧିତ ଖବର