ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ

ପୁରୀ: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି ବିଳମ୍ବ ହୋଇଛି। ସେବାୟତଙ୍କ ଭିତରେ ବିବାଦ ପାଇଁ ବିଳମ୍ବରେ ଚାଲିଛି ନୀତି। ମଙ୍ଗଳବାର ଏକାଦଶୀରେ ମହାପ୍ରଭୁଙ୍କ ବିବାହ ନୀତି ହେବାକୁ ଥିବାବେଳେ ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ୫ ଘଣ୍ଟା ବିଳମ୍ବ ହୋଇଥିଲା ଶ୍ରୀଜିଉଙ୍କ ନୀତିକାନ୍ତି। ଆଜି ସକାଳେ ନୀତିକାନ୍ତି  ମଙ୍ଗଳ ଆଳତି ୪ ଘଣ୍ଟା ବିଳମ୍ବରେ ଚାଲିଥିବା ଜଣାଯାଇଛି।

ଗତକାଲି ରାତି ସମୟରେ ପୂଜାପଣ୍ଡା ଏବଂ ସିଙ୍ଗାରୀ ସେବାୟତଙ୍କ ଭିତରେ ବିବାଦ ହୋଇଥିଲା । ଫଳରେ  ମହାପ୍ରଭୁଙ୍କ ବିବାହ ପାଇଁ ଆବଶ୍ୟକ ନୀତି ହୋଇ ପାରିନଥିଲା। ଆଜି ସକାଳୁ ଏହି ନୀତି କରାଯାଉଛି । ଶ୍ରୀଜିଉଙ୍କ ନୀତିରେ ବିଶୃଙ୍ଖଳା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର