ପୁରୀ: ଆଜି ହିନ୍ଦୁ ନବ ବର୍ଷ ତଥା ରାଷ୍ଟ୍ରୀୟ ନବ ବର୍ଷ। ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକା ଚିତ୍ର କଳା ମାଧ୍ୟମରେ ଦେଶବାସୀଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ବାଲୁକା ଚିତ୍ରଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ନିଳାଦ୍ରୀ ବେଳାଭୂମିରେ ବାଲୁକା ଚିତ୍ରକଳାରେ ପ୍ରଭୁ ଶ୍ରୀରାମଙ୍କ ବାଲୁକା କଳାକୃତି ପ୍ରସ୍ତୁତ କରିଛନ୍ତି ଆନ୍ତର୍ଜାତିକ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। ବାଲୁକା ଚିତ୍ରକଳାରେ ପ୍ରଭୁ ଶ୍ରୀରାମଙ୍କ ପ୍ରତିକୃତି ପ୍ରସ୍ତୁତ କରିବା ସହ ପଦ୍ମ ଓ ବିଭିନ୍ନ ରଙ୍ଗ ବେରଙ୍ଗର ଗେଣ୍ଡୁ ଫୁଲରେ ଅତି ଆକର୍ଷଣୀୟ ଭାବେ ସୁସଜ୍ଜିତ କରାଯାଇଛି।

Advertisment

ବେଳାଭୂମିରେ ସୁଦର୍ଶନ ପଟ୍ଟନାୟକଙ୍କ ଏହି ସୁନ୍ଦର ବାଲୁକା କଳା ଦେଖିଵା ଲାଗି ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳିଛି। ପ୍ରତିବର୍ଷ ଚୈତ୍ରଶୁକ୍ଳ ପ୍ରତିପଦାରେ ହିନ୍ଦୁ ନବ ବର୍ଷ ତଥା ରାଷ୍ଟ୍ରୀୟ ନବ ବର୍ଷକୁ ପାଳନ କରାଯାଇଥାଏ। ତେବେ ଆଜି ରାଷ୍ଟ୍ରୀୟ ନବ ବର୍ଷ ପଡ଼ୁଥିବାରୁ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ବାଲୁକା କଳାରେ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି।