ଅସ୍ତରଙ୍ଗ: ପୁରୀ ଜିଲ୍ଲା ଅସ୍ତରଙ୍ଗ ବେଳାଭୂମି ପୀର ଜାହାନିଆଠାରେ ଆଜି ଜଣେ ମୃତକଙ୍କ ଶବ ଉଦ୍ଧାର ହୋଇଛି। ମୃତକ ହେଲେ ସାକିର ଖାଁ।
ସୂଚନାଯୋଗ୍ୟ, ଗତକାଲି ପାଣିରେ ବୁଡ଼ି ଜଣେ ପର୍ଯ୍ୟଟକଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ଜଣେ ନିଖୋଜ ହୋଇଯାଇଥିଲେ। ଅନ୍ୟଜଣେ ପର୍ଯ୍ୟଟକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା।
ଜଗତସିଂହପୁର ପିତେଇପୁର ଅଞ୍ଚଳର ୩ ଜଣ ଯୁବକ ବଣଭୋଜି କରିବାକୁ ପୀରଜାହାନିଆକୁ ଆସିଥିଲେ। ଭୋଜି ସାରି ଅପରାହ୍ନ ପ୍ରାୟ ୪ଟା ବେଳେ ସେମାନେ ସମୁଦ୍ରରେ ଗାଧୋଇବା ବେଳେ ଲହଡ଼ିରେ ଭାସିଯାଇଥିଲେ। ସ୍ଥାନୀୟ ଯୁବକମାନେ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଦୁଇଜଣ ଲହଡ଼ିରେ ଗଭୀର ସମୁଦ୍ରକୁ ଭାସିଯାଇଥିଲେ। ପରେ ସ୍ଥାନୀୟ ଯୁବକମାନେ ଆଉ ଜଣେ ଯୁବକଙ୍କୁ ସଜ୍ଞାହୀନ ଅବସ୍ଥାରେ ଉଦ୍ଧାର କରିଥିଲେ। ମାତ୍ର ତାଙ୍କୁ ଡାକ୍ତରଖାନାରେ ନେବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।
ଅନ୍ୟପକ୍ଷରେ ନିଖୋଜ ଯୁବକଙ୍କୁ ଉଦ୍ଧାର କରିବା ପାଇଁ ଅସ୍ତରଙ୍ଗ ଥାନା ଅଧିକାରୀ ପଞ୍ଚାନନ ପରିଡ଼ାଙ୍କ ତତ୍ତ୍ୱାବଧାନରେ ଅଗ୍ନିଶମ ଓ ପୁଲିସ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିଲା। ସ୍ଥାନୀୟ ଅଞ୍ଚଳର ସଂଗ୍ରାମ ବିଶ୍ୱାଳ, ଜଗବନ୍ଧୁ ବେହେରା, ବାବୁନି ନାୟକ ଓ ପୀର ଜାହାନିଆ ବ୍ୟବସାୟୀ ସଂଘ, କଇଁଛ ସୁରକ୍ଷା କର୍ମୀ ନିହାର ବିଶ୍ୱାଳ, ସହଜାନ୍ ଅଲ୍ଲୀସା ଓ ସୌମ୍ୟରଞ୍ଜନ ବିଶ୍ୱାଳ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ।
ପ୍ରକାଶ ଥାଉକି, ପୀର ଜାହାନିଆଠାରେ ବାରମ୍ବାର ଅଘଟଣ ଘଟୁଥିଲେ ମଧ୍ୟ ଏଠାରେ ସତର୍କ ଫଳକ ଲଗାଯାଉନାହିଁ କିମ୍ବା କୌଣସି ଲାଇଫ୍ ଗାର୍ଡଙ୍କୁ ନିୟୋଜିତ କରାଯାଇନାହିଁ।
ପୀର ଜାହାନିଆଠାରେ ମିଳିଲା ଦ୍ବିତୀୟ ମୃତଦେହ
/sambad/media/post_attachments/wp-content/uploads/2018/05/drowning.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)