ଅସ୍ତରଙ୍ଗ: ଆଜି ପବିତ୍ର ମହରାଶିବରାତ୍ରୀ। ଚଳଚଞ୍ଚଳ ରାଜ୍ୟର ପ୍ରମୁଖ ଶୈବପୀଠ, ଉପବାସ ରଖି ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଲମ୍ବା ଲାଇନ। କିନ୍ତୁ ଅସ୍ତରଙ୍ଗ ମଧୁପୁର ଗାଁରେ ଥିବା ଆଖଣ୍ଡଳମଣି ମନ୍ଦିର ଶୁନଶାନ୍। ଏହି ମନ୍ଦିରରେ ଜାରି ହୋଇଛି ୧୪୪ ଧାରା। ଗାଁରେ ଗୋଷ୍ଠୀ ବିବାଦ ପାଇଁ ୧୪୪ ଧାରା ଜାରି କରାଯାଇଛି। ମନ୍ଦିର ସାମ୍ନାରେ ଏକ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।
ଆଜି ମହାଶିବରାତ୍ରିରେ ହେବାକୁ ଥିବା ଅଷ୍ଟପ୍ରହରୀ ନାମଯଜ୍ଞକୁ ବି ବନ୍ଦ କରିଛି ପ୍ରଶାସନ। ମନ୍ଦିରକୁ ଭକ୍ତ ଯାଇପାରୁନଥିବାରୁ ମନ୍ଦିର ଶୂନଶାନ୍ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/16-9-750x430-1.jpg)