ପୁରୀ: ଅଚାନକ ଗାଁରେ ଲାଗୁଛି ନିଆଁ। କେହି କିଛି ଭାବିବା ପୂର୍ବରୁ ଗାଁରେ ନିଆଁ ଗତ ୫ ଦିନ ଭିତରେ ୭ ଥର ନିଆଁ ଲାଗିବା ପରେ ଲୋକେ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି। ଶେଷରେ ଗାଁ ଠାକୁରାଣୀଙ୍କ ନିକଟରେ ଶରଣ ପଶିଛନ୍ତି ସାରା ଗାଁ। ପୁରୀ ଜିଲ୍ଲା ସତ୍ୟବାଦୀ ବ୍ଲକ ଆଲୁଗୁମ ପଞ୍ଚାୟତ ବାରବାଟି ଗାଁର ଏହି ଘଟଣା ଏବେ ଚର୍ଚ୍ଚାରେ। ଗାଁ ଲୋକେ ଗାଁ ବୁଢ଼ା ବରଗଛ ମୂଳ ମା ଦୁଲଣାଙ୍କ ପୀଠରେ ଆଶ୍ରୟ ନେଇଛନ୍ତି। ଭୟଭୀତ ସାରା ଗାଁ ରାତି ହେଲେ ଗାଁ ଘର ଛାଡ଼ି ବର ଗଛ ମୂଳ ଗାଁ ଠାକୁରାଣୀଙ୍କୁ ଭରସା କରି ସମୂହ ଆଶ୍ରୟ ନେଉଛନ୍ତି।
ଏପର୍ଯ୍ୟନ୍ତ ବି କାହାରି ପାଖରେ ସୂଚନା ନାହିଁ କେମିତି ଲାଗୁଛି ନିଆଁ। ଆଖି ଆଗରେ ନିଆଁ ଲାଗିବାର ଦୃଶ୍ୟ ଦେଖି ଭୟଭୀତ ଲୋକେ। ଏପଟେ ଏହାକୁ କିଏ ଗାଁ ଠାକୁରାଣୀଙ୍କ କୋପ କହୁଛି ତ କିଏ କହୁଛି ଏହା ଅଲୌକିକ ଘଟଣା।