‘ସମ୍ବାଦ’ ଶ୍ରୀକ୍ଷେତ୍ର-ଶ୍ରୀଜଗନ୍ନାଥ କୁଇଜ୍‌:ପୁରସ୍କୃତ ହେଲେ ୯ ପ୍ରତିଯୋଗୀ

ପୁରୀ: ‘ସମ୍ବାଦ’ ପକ୍ଷରୁ ଆରମ୍ଭ ହୋଇଥିବା ଶ୍ରୀକ୍ଷେତ୍ର-ଶ୍ରୀଜଗନ୍ନାଥ କୁଇଜ୍‌ ପ୍ରତିଯୋଗିତାର ଉଦ୍‌ଯାପନ ଅବସରରେ ଆଜି ଅପରାହ୍ନରେ ‘ସମ୍ବାଦ’ ପୁରୀ କାର୍ଯ୍ୟାଳୟରେ ପୁରସ୍କାର ବିତରଣ କାର୍ଯର୍୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଠିକ୍‌ ଉତ୍ତର ଦେଇ ସଫଳ ହୋଇଥିବା ୯ ଜଣ ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ‘ସମ୍ବାଦ’ର ସିଜିଏମ୍‌ (ବାର୍ତ୍ତା) ଅରବିନ୍ଦ ଦାସ ପୁରସ୍କୃତ କରିବା ସହ ଜଗନ୍ନାଥ ସଂସ୍କୃତି ସଂପର୍କରେ ପାଠକଙ୍କ ରୁଚି ବଢାଇବା ଲାଗି ‘ସମ୍ବାଦ’ ପକ୍ଷରୁ ଏଭଳି ପ୍ରୟାସ କରାଯାଇଥିବା କହିଥିଲେ।

ଏହି ପ୍ରତିଯୋଗିତାରେ ହଜାର ହଜାର ସଂଖ୍ୟରେ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବା ବେଳେ ଶ୍ରେଷ୍ଠ ବିବେଚିତ ପ୍ରତିଯୋଗୀଙ୍କୁ ଲଟେରୀ ଦ୍ୱାରା ପୁରସ୍କୃତ କରାଯାଇଥିଲା। ଏହି ଅବସରରେ କୃତୀ ପ୍ରତିଯୋଗୀ ମଲ୍ଲିକ ଅଖତର ହୁସେନ୍‌, ବବିତା ନାୟକ, ବିଦ୍ୟାଶ୍ରୀ ତ୍ରିପାଠୀ, ଋତୁପର୍ଣ୍ଣା ସୁବୁଦ୍ଧି, ରାମଚନ୍ଦ୍ର ବେହେରା, ପ୍ରଭାତ କୁମାର ପାତ୍ର, ଦେବାଶିଷ ହରିଚନ୍ଦନ, ଦିବାକର ନାୟକ, ଜ୍ଞାନରଂଜନ ବିଶ୍ୱାଳ ପ୍ରମୁଖଙ୍କୁ ମୁଖ୍ୟ ଅତିଥି ଶ୍ରୀ ଦାସଙ୍କ ସମେତ ‘ସମ୍ବାଦ’ର ଡିଜିଏମ୍‌ (ମାନବ ସମ୍ବଳ) ବୈଜୟନ୍ତୀ କର, ଡିଜିଏମ୍‌ (ବାର୍ତ୍ତା) ଭବାନୀ ଶଙ୍କର ତ୍ରିପାଠୀ ଓ ପୁରୀ ସଂସ୍କରଣ ଡେସ୍କ ଇନ୍‌ଚାର୍ଜ ଗୌତମ ସ୍ୱାଇଁ ଉପସ୍ଥିତ ରହି ପୁରସ୍କୃତ କରିଥିଲେ। ‘ସମ୍ବାଦ’ ପୁରୀ ଜିଲ୍ଲା ପ୍ରତିନିଧି ଗଦାଧର ପଣ୍ଡା, ସୁମନ୍ତ ପରିଡା, ଶ୍ୟାମକାହ୍ନା ପଟ୍ଟନାୟକ, ଫଟୋ ସାମ୍ବାଦିକ ଜୟଦେବ ପାତ୍ର, ହରିହର ମହାନ୍ତି, ସୁକାନ୍ତ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର