ଭୁବନେଶ୍ବର: ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର ଶୁଭଙ୍କର ମିଶ୍ରାଙ୍କ ଗର୍ବ ଭାଙ୍ଗିଛି। ଜନସାଧାରଣଙ୍କର ଦ୍ବାରା ସମାଲୋଚନା ହେଲା ପରେ ମହାପ୍ରଭୁଙ୍କ ନିକଟରେ ମୁଣ୍ଡ ନୁଆଁଇଛନ୍ତି। ବିଶ୍ବନିୟନ୍ତା ପୁରୀ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ ସାମାଜିକ ଗଣମାଧ୍ୟମ ‘ୟୁଟ୍ୟୁବ୍‌’ରେ ସେ ମହାପ୍ରଭୁଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ମୋର ଏହା ନିଜ କଳ୍ପନା ନୁହେଁ ମୁଁ ଏକଥା ଶୁଣିଛି। ଜଗନ୍ନାଥ ଜୀ ମୋ ଆରାଧ୍ୟ, ଓଡ଼ିଶା ମୋ ଅତି ପ୍ରିୟ, ଆଉ ପୁରୀବାସୀ ମୋର ଆପଣାର... 

Advertisment

ସୋସିଆଲ ମିଡିଆରେ ଶୁଭଙ୍କର ମିଶ୍ରା ଆହୁରି କ’ଣ କହିଛନ୍ତି, ଏହି ୟୁଟ୍ୟୁବ୍‌ ଦେଖନ୍ତୁ...

ବିବାଦୀୟ ମନ୍ତବ୍ୟ

ସୂଚନାଯୋଗ୍ୟ, ଲୋକପ୍ରିୟ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍‌ସର ଶୁଭଙ୍କର ମିଶ୍ରା କିଛି ଦିନ ପୂର୍ବରୁ ମହାପ୍ରଭୁଙ୍କୁ ନେଇ ଟିପ୍ପଣୀ ଦେଇଥିଲେ। ସେ କହିଥିଲେ ପ୍ରେମୀଯୁଗଳ ବିବାହ ପୂର୍ବରୁ ଶ୍ରୀମନ୍ଦିର ଗଲେ, ସେମାନଙ୍କର ସଂପର୍କ ସଫଳ ହେବ ନାହିଁ। ବିବାଦୀୟ ମନ୍ତବ୍ୟ ପରେ ଶୁଭଙ୍କର ମିଶ୍ରାଙ୍କ ପାଇଁ ଅଡ଼ୁଆ ବଢ଼ିଥିଲା। ଶ୍ରୀମନ୍ଦିରରେ ପ୍ରେମୀଯୁଗଳଙ୍କ ପ୍ରବେଶ ଉପରେ ସେ ଦେଇଥିବା ବିବାଦୀୟ ଟିପ୍ପଣୀକୁ ନେଇ ଅସନ୍ତୋଷ କୁହୁଳିବାରେ ଲାଗିଥିଲା। ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ହେବା ନେଇ ସୂଚନା ଦେଇଥିବା ବେଳେ ଶ୍ରୀମନ୍ଦିର ସେବାୟତ ଗୌରହରି ପ୍ରଧାନ ସିଂହଦ୍ବାର ଥାନାରେ ଏତଲା ଦେଇଛନ୍ତି। ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଛି। ଏଥିପାଇଁ ତୁରନ୍ତ ଆଇନରେ ଆବଶ୍ୟକୀୟ ସଂଶୋଧନ କରିବା ସହ ଶୁଭଙ୍କରଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ଗୌରହରି।

ଆହୁରି ପଢ଼ନ୍ତୁ: Shubhankar Mishra Controversy: ଶ୍ରୀମନ୍ଦିର ଗଲେ ଭାଙ୍ଗିଯାଏ ପ୍ରେମ ସମ୍ପର୍କ; ଏଭଳି କହି ବିବାଦରେ ଶୁଭଙ୍କର ମିଶ୍ରା

କ’ଣ କହିଥିଲେ ଶୁଭଙ୍କର?

ଶୁଭଙ୍କର ସୋସିଆଲ୍ ମିଡିଆ ଇନଫ୍ଲୟୁଏନସର୍ ହୋଇଥିବାରୁ ତାଙ୍କ କଥା ଲୋକମାନେ ସହଜରେ ବିଶ୍ବାସ କରିଯାଉଛନ୍ତି। ଫଳରେ ଶ୍ରୀମନ୍ଦିରକୁ ନେଇ ଭକ୍ତଙ୍କର ରହିଥିବା ଅଗାଢ଼ ବିଶ୍ବାସ ତୁଟିବା ଆଶଙ୍କା ସୃଷ୍ଟି ହୋଇଛି। ଶୁଭଙ୍କର ତାଙ୍କ ପୋଡକାଷ୍ଟରେ ଶ୍ରୀମନ୍ଦିରରେ ପ୍ରେମୀଯୁଗଳଙ୍କ ପ୍ରବେଶକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତାହା ହେଉଛି, ବିବାହ ପୂର୍ବରୁ ଯଦି ପ୍ରେମୀ ଯୁଗଳ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ, ତେବେ ସେମାନଙ୍କ ପ୍ରେମ କେବେବି ସଫଳ ହେବନାହିଁ। ସେମାନେ କେବେ ବି ବିବାହ ବନ୍ଧନରେ ବାନ୍ଧି ହୋଇପାରିବେ ନାହିଁ। କାରଣ ଶ୍ରୀମନ୍ଦିର ଉପରେ ମା’ ରାଧାରାଣୀଙ୍କ ଅଭିଶାପ ପଡ଼ିଛି। ମା’ ରାଧାରାଣୀ ଶ୍ରୀକୃଷ୍ଣଙ୍କୁ ଜଗନ୍ନାଥଙ୍କ ରୂପରେ ଦର୍ଶନ କରିବାକୁ ଯାଉଥିବା ବେଳେ ସେବାୟତମାନେ ତାଙ୍କୁ ଅଟକାଇ କହିଥିଲେ ‘ଶ୍ରୀମନ୍ଦିର ଭିତରକୁ ଭଗବାନଙ୍କ ଧର୍ମପତ୍ନୀଙ୍କ ପ୍ରବେଶ ଉପରେ ବାରଣ ରହିଛି। ଆପଣ କିଭଳି ଭିତରକୁ ଆସିଲେ?’ ଏକଥା ଶୁଣି ମା ରାଧାରାଣୀ ରାଗିଯାଇ ଶ୍ରୀମନ୍ଦିରକୁ ଏଭଳି ଅଭିଶାପ ଦେଇଥିଲେ।

ଆହୁରି ପଢ଼ନ୍ତୁ: Sambalpuri Song In SouthAfrica: ଆମେ ସମ୍ବଲପୁରିଆ ଫୁଲରେ… ଦକ୍ଷିଣ ଆଫ୍ରିକାରେ ଶୁଭିଲା ସମ୍ବଲପୁରୀ ଗୀତ, ଘଡ଼ିଏ ଛିଡ଼ା ହୋଇ ମୋଦୀ ଦେଖିଲେ ନୃତ୍ୟ…