ପୁରୀ: ଜୁନ ୨୨ ତାରିଖରେ ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା। ଆଉ ଆଜି ହେଉଛି ରାଜେନ୍ଦ୍ରାଭିଷେକ ନୀତି। ତେଣୁ ଆଜିଠୁ ନୀତି ଶୃଙ୍ଖଳିତ କଲେ ସ୍ନାନପୂର୍ଣ୍ଣିମା ନୀତି ବି ଶୃଙ୍ଖଳିତ ହେବ। ତେଣୁ ଶ୍ରୀମନ୍ଦିରରେ ଆଜି ଶୃଙ୍ଖଳିତ ନୀତି ହୋଇଥିବା ବେଳେ ଆସନ୍ତାକାଲି ରୁକ୍ମଣୀ ହରଣ ଏକାଦଶୀରେ ଅଧିକ ନୀତି ଥିବାରୁ ତା ଉପରେ ଗୁରୁତ୍ୱ ରହିଛି। ସେପଟେ ଆଜି ତିନି ରଥର ଚାରି ନାହାକା ଉଠିଛି। ସ୍ନାନପୂର୍ଣ୍ଣିମା ପୂର୍ବରୁ ଉଠିଲା ତିନି ରଥର ଚାରି ନାହାକା। ଆଉ ରଥଯାତ୍ରା ପୂର୍ବରୁ ସରିବ ରଥକାର୍ଯ୍ୟ ବୋଲି ବିଶ୍ୱକର୍ମା ମହାରଣା ସୂଚନା ଦେଇଛନ୍ତି।
ସେପଟେ ମହାପ୍ରଭୁଙ୍କର ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ରଥନିର୍ମାଣର ଆଉ ଏକ ବିଧି ସରିଛି। ଆଜି ତିନି ରଥର ଦଣ୍ଡା ଉପରେ ଭୂଇଁ ବସିବା ପରେ ଚାରିନାହାକା ଡେରା ହୋଇଛି। ପ୍ରତ୍ୟେକ ରଥରେ ଚାରିଟି ଲେଖାଏଁ ନାହାକା ମୋଟ ୧୨ଟି ନାହାକା ଠିଆ କରାଯାଇଛି। ଏହାପରେ ୧୪ଟି ନାହାକା ଠିଆ କରାଯିବ ବୋଲି ମହାରଣାମାନେ ସୁଚନା ଦେଇଛନ୍ତି।
ସେପଟେ ଆଜି ପୁରୀ ଗସ୍ତରେ ଯାଉଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଆଇନମନ୍ତ୍ରୀ ଭାବେ ଶପଥ ନେବା ପରେ ଏହା ତାଙ୍କର ପ୍ରଥମ ପୁରୀ ଗସ୍ତ। ଏହି ଅବସରରେ ସେ ସ୍ନାନପୂର୍ଣ୍ଣିମା ନୀତିକାନ୍ତି ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବେ। ଏହାସହ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ନେଇ ମଧ୍ୟ ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/9-14-750x430-1.jpg)