ଯେଉଁଠୁ ବି ଚାହିଁଲେ ଦିଶୁଛି ଶ୍ରୀମନ୍ଦିର

ପୁରୀ: ଶ୍ରୀକ୍ଷେତ୍ର ବାହାରୁ ଯେଉଁ ଦିଗରୁ ଚା‌ହିଁଲେ‌ କେବଳ ନୀଳଚକ୍ର ନୂହେଁ, ପୂରା ଶ୍ରୀମନ୍ଦିର ଦିଶୁଛି। ସିଂହଦ୍ବ‌ାର ଗୁମୁଟଠାରୁ ସଂପୂର୍ଣ୍ଣ ମନ୍ଦିର ଦିଶୁଛି। ଅଠରନଳାକୁ ଦୃଶ୍ୟ ହେଉଥିବା‌ ଶ୍ରୀମନ୍ଦିରକୁ ସହର ବାହାରେ ଥାଇ ବି ଭକ୍ତ ଦେଖି ପାରୁଛନ୍ତି। ଚନ୍ଦନପୁର, ସାକ୍ଷୀଗୋପାଳ ପରେ ଥିବା ଓଭର୍‌ବ୍ରିଜ୍‌ରୁ ମଧ୍ୟ ମନ୍ଦିର ଦୃଶ୍ୟ ହେଉଛି। ସହରଠାରୁ ୧୦ କିମିରୁ ଅଧିକ ଦୂର ପର୍ଯ୍ୟନ୍ତ ଶ୍ରୀମନ୍ଦିର ଦିଶୁଛି। ବାତ୍ୟାରେ ସବୁଜିମା ଉଜୁଡ଼ିଯାଇଥିବାରୁ ଏଭଳି ଦୃଶ୍ୟ ଦେଖିବାକୁ ମିଳୁଥିବା ଜଣାପଡିଛି। କେହି କେହି ଏହାକୁ ଅଲୌକିକ ବୋଲି ମଧ୍ୟ କହୁଛନ୍ତି।

ସମ୍ବନ୍ଧିତ ଖବର