ପୁରୀ: ମହାପ୍ରଭୁ ଜଗନ୍ନାଥଙ୍କ ସଂପର୍କରେ ନିଜର ମନ୍ତବ୍ୟକୁ ନେଇ ଦୁଃଖ ପ୍ରକାଶ କରିବା ସହ କ୍ଷମା ଯାଚନା କଲେ ବିଜେପିର ପୁରୀ ଲୋକସଭା ପ୍ରାର୍ଥୀ ଡାକ୍ତର ସମ୍ବିତ ପାତ୍ର। ସେ କହିଛନ୍ତି, ମୁଁ ମହାପ୍ରଭୁଙ୍କ ପୁଅ, ତାଙ୍କ ଶ୍ରୀଚରଣରେ କ୍ଷମା ମାଗୁଛି। ପଶ୍ଚାତାପ ପାଇଁ ୩ ଦିନ ଉପବାସ କରି ମହାପ୍ରଭୁଙ୍କୁ କ୍ଷମା ମାଗିବି। ଅଜାଣତରେ ମୁହଁରୁ ଓଲଟା ବାକ୍ୟ ବାହାରି ଆସିଲା, ଯାହା ଶୋଭନୀୟ ନୁହଁ। ଅଜାଣତରେ ହୋଇଥିବା ଭୁଲକୁ ମହାପ୍ରଭୁ କ୍ଷମା କରିବେ। ଏ ବିଷୟରେ ରାଜନୀତି ନ କରି ବଡ଼ ହୃଦୟ ରଖି ମତେ କ୍ଷମା କରନ୍ତୁ।

Advertisment