ସାକ୍ଷୀଗୋପାଳ: ସାକ୍ଷୀଗୋପାଳର ପ୍ରସିଦ୍ଧ ବୈଷ୍ଣବ କ୍ଷେତ୍ର ସାକ୍ଷୀଗୋପାଳ ମନ୍ଦିରରୁ ଗତକାଲି ବିଳମ୍ବିତ ରାତ୍ରିରେ ଚୋରି ହୋଇଛି। ଚୋରମାନେ ସାକ୍ଷୀଗୋପାଳ ଠାକୁରଙ୍କ ଚଳନ୍ତି ପ୍ରତିମା ମଦନମୋହନ ଦେବଙ୍କ ମନ୍ଦିର ତାଲା ଭାଙ୍ଗି ମନ୍ଦିର ପରିସରରୁ ୩ ଗୋଟି ହୁଣ୍ଡି ଓ ଠାକୁରଙ୍କର ସୁନା ଅଳଙ୍କାର ପାଉଁଜି, କୁଣ୍ଡଳ, କିରିଟି, ହାର ଆଦି ଚୋରି କରି ନେଇଯାଇଥିଛନ୍ତି। ତମାଳ ଗଛ ମୂଳେ ସ୍ଥାପିତ ହୁଣ୍ଡିର ତାଲା ଭାଙ୍ଗି ସମସ୍ତ ଟଙ୍କା ପଇସା ଲୁଟି ନେଇଛନ୍ତି। ମନ୍ଦିର ପରିସରରେ ଥିବା ଖଟଣି ରୋଷ ଘର ମଧ୍ୟରେ ୨ ଗୋଟି ହୁଣ୍ଡୀ ଭାଙ୍ଗି ଟଙ୍କା ପଇସା ଲୁଟି ନେଇଥିଲେ। ଆଉ ଗୋଟିଏ ହୁଣ୍ଡି ନେଇ ଯାଇଛନ୍ତି।
/sambad/media/post_attachments/wp-content/uploads/2023/12/8e3ff0bc-05d8-4a20-afe0-a76e881a6044.jpeg)
ମନ୍ଦିର ପରିଦର୍ଶକଙ୍କ କାର୍ଯ୍ୟାଳୟ ତାଲା ଭାଙ୍ଗି ସି ସି କ୍ୟାମେରା ମନିଟରଟିକୁ ଚୋରି କରି ନେଇ ଯାଇଛନ୍ତି। ଚୋରମାନେ ମନ୍ଦିର ଦକ୍ଷିଣ ଦ୍ୱାର ବାଟେ ମନ୍ଦିରକୁ ପ୍ରବେଶ କରିଥିବାର ଅନୁମାନ କରା ଯାଉଛି। ଚୋରମାନେ ମୋଟ ଛଅଟି ତାଲା ଭାଙ୍ଗିଥିବାର ଜଣାପଡ଼ିଛି।
/sambad/media/post_attachments/wp-content/uploads/2023/12/3bf4bf46-9c32-450c-ae31-c5f898acd192.jpeg)
ପୁଲିସ ସି ସି କ୍ୟାମେରା ହାର୍ଡ ଡିସ୍କଟିକୁ ଜବତ କରିଛି। ଘଟଣାସ୍ଥଳରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବିଷ୍ଣୁ ପ୍ରସାଦ ପତି, ଏସଡିପ ଓ ବିରଞ୍ଚି ନାରାୟଣ ପତି, ସତ୍ୟବାଦୀ ଆରକ୍ଷୀ ନିରୀକ୍ଷକ ବିଜୟ କେତନ ବେହେରା, ସେକେଣ୍ଡ ଅଫିସର ସୁରମା ସ୍ୱାଇଁ ଓ ଫରେନସିକ ଟିକ ଟିମର ବିରଜା ପ୍ରସାଦ ସାମଲ ଆଙ୍ଗୁଳି ଛାପ ବିଶେଷଜ୍ଞ, ଜିଲ୍ଲା ଅପରାଧ ତଦନ୍ତ ବିଜ୍ଞାନାଗାର ଅଧିକାରୀ ଆଦିତ୍ୟ ରଞ୍ଜନ ନାୟକ ଓ ଫଟୋଗ୍ରାଫର ରମେଶ ବାରିକ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/12/a2255164-d14b-4dee-ac8c-87eefcd27488.jpeg)