ଶ୍ରୀମନ୍ଦିରରେ ପୁଣି ସେଲ୍‌ଫି: ଦିଲ୍ଲୀର ୩ ଶ୍ରଦ୍ଧାଳୁ ଅଟକ

ପୁରୀ: କିଛି ଦିନ ତଳେ ମହାରାଷ୍ଟ୍ରର ପର୍ଯ୍ୟଟକ ଶ୍ରୀମନ୍ଦିର କୋଇଲି ବୈକୁଣ୍ଠର ଫଟୋ ସୋସିଆଲ ମିଡିଆରେ ଭାଇରାଲ ଘଟଣା ଥମି ନଥିବା ବେଳେ ଶନିବାର ପୁଣି ଦିଲ୍ଳୀର ଶ୍ରଦ୍ଧାଳୁ ସେଲଫି ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀରୁ ପୁରୀ ଆସିଥିବା ଉପେନ୍ଦ୍ର ଦ୍ୱିବେଦୀ, ଉପେନ୍ଦ୍ରର ମା’-ବାପା ମନ୍ଦିର ପରିସରରେ ସେଲ୍‌ଫି ନେଉଥିବା ବେଳେ ସୁରକ୍ଷାକର୍ମୀଙ୍କ ହାତରେ ଧରାପଡ଼ିଥିଲେ। ପରେ ସେମାନଙ୍କୁ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ନେଇ ଅଟକ ରଖାଯାଇ ପଚରାଉଚରା କରାଯାଉଛି।

ସମ୍ବନ୍ଧିତ ଖବର