ଛେଚା ଖାଇଲେ ୩ ଚୋର‌; ଜଣେ ଡାକ୍ତରଖାନାରେ ଭର୍ତ୍ତି

ପୁରୀ: ଜଣଙ୍କ ଘରୁ ପାଣି ଟ୍ୟାପ୍‌ ଚୋରି କରି ନେଉଥିବା ବେଳେ ତିନି ଜଣ ଚୋରଙ୍କୁ ଧରି ଲୋକେ ନିସ୍ତୁକ ଛେଚିବା ସହ ତାଳବଣିଆ ଥାନା ଜିମା ଦେଇଛନ୍ତି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ଅନ୍ୟ ଜ‌ଣଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି। ପୁଲିସ ସୂଚନା ଅନୁଯାୟୀ, ଗତ ୨୫ ତାରିଖ ରାତିରେ ତିନି ଜଣ ଯୁବକ କୌଣସି ଏକ ଘରୁ ପାଣି ଟ୍ୟାପ୍‌ ଚୋରି କରି ଗୋପାଳପୁରୀ ରାସ୍ତାରେ ଯାଉଥିଲେ। ଏହି ସମୟରେ ସ୍ଥାନୀୟ ଲୋକେ ସନ୍ଦେହରେ ସେମାନଙ୍କୁ ଅଟକାଇ ପଚରାଉଚରା କରିବା ପରେ ତିନିଜଣଯାକ ଚୋରି କରିଥିବା ସ୍ବୀକାର କରିଥିଲେ। ଲୋକେ ସେମାନଙ୍କୁ ନିସ୍ତୁକ ଛେଚିବା ପରେ ତାଳବଣିଆ ଥାନାକୁ ଖବର ଦେଇଥିଲେ। ତାଳବଣିଆ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଧରି ନେଇଥିଲା। ତେବେ ସେମାନଙ୍କ ମଧ୍ୟରୁ ଓଡ଼ିଶା ବେକରୀ ଛକର ଦୀପୁ ଦାସର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଅନ୍ୟ ଦୁଇ ଜଣ ରାମ ମନ୍ଦିର ୱାଟରୱାର୍କସ ରୋଡ୍ ନିବାସୀ ସୁନୀଲ ଜାଲି (୧୯) ଓ ଚକ୍ରତୀର୍ଥ ରୋଡ୍ ନିବାସୀ ଧନେଶ୍ବର ସାହୁ (୨୮)କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧିତ ଖବର