ପୁରୀ: ଆଜି ଅଣସର ଦଶମୀରେ ଚକାବିଜେ କରିବେ ଶ୍ରୀଜୀଉ। ଅଣସର ତାଟି ଭିତରେ ଦଇତାପତି ସେବକଙ୍କ ଦ୍ୱାରା ଗୁପ୍ତ ଉପଚାର ପରେ ଶ୍ରୀବିଗ୍ରହଙ୍କୁ ଶରୀରରୁ ତାତି ଓହ୍ଲାଇଥିବା ବେଳେ ଶୟନ ଅବସ୍ଥାରୁ ଉଠି ଚକା ବିଜେ କରିବେ ମହାପ୍ରଭୁ।

Advertisment

ଅନ୍ୟପଟେ ଶ୍ରୀବିଗ୍ରହଙ୍କ ସମ୍ପୂର୍ଣ୍ଣ ସୁସ୍ଥତା ପାଇଁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ମୋଦକ ଆସନ୍ତାକାଲି ଶ୍ରୀମନ୍ଦିର ଗାରଦରେ ଜିମା ଦିଆଯିବ । ଦଶମୂଳ ମୋଦକ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ଶ୍ରୀଜୀଉ। ଆଜି ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ଓ ଭୋଗମଣ୍ଡପ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହରଣ ଦ୍ୱାର ଫିଟାଯିବା ସହ ଅନବସର ନୀତି ଅନୁଷ୍ଠିତ ହେବ। ଏହାପରେ ଦଇତାପତି ସେବକମାନେ ଶ୍ରୀଜୀଉଙ୍କୁ ଚକା ଉପରକୁ ବିଜେ କରାଇବା ସହ ଚକଟା ଓ ପଣାଭୋଗ ଲାଗି କରାଇବେ।